Latest Odisha News

BREAKING NEWS

ଫିଲ୍ମ ସୁଟିଂ ବେଳେ ୨୦ ଫୁଟ୍ ଉଚ୍ଚରୁ ଖସି ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

ଚେନ୍ନାଇ: ଫିଲ୍ମ ସୁଟିଂ ବେଳେ ଅଘଟଣ । କ୍ୟାମେରାରେ ଆକ୍ସନ୍ ଦୃଶ୍ୟ ସୁଟ୍ ବେଳେ ଆଖି ବୁଜିଲେ ଷ୍ଟଣ୍ଟମ୍ୟାନ୍ଯ । ଏଭଳି ଦୁଃଖଦ ଖବର ଆସିଛି ତାମିଲନାଡ଼ୁରୁ । ତାମିଲ୍ ଫିଲ୍ମ ‘ବିଦୁଥଲଈ’ ସୁଟିଂ ବେଳେ ୫୪ ବର୍ଷୀୟ ଷ୍ଟଣ୍ଟମ୍ୟାନ ଏସ୍ ସୁରେଶଙ୍କ ମୃତ୍ୟୁ ହୋଇଛି ।

ବୋନ୍ନି ମାରନଙ୍କ ନିର୍ଦ୍ଦେଶନାରେ ‘ବିଦୁଥଲଈ’ର ସୁଟିଂ ବାନ୍ଦାଲୁରରେ ଚାଲିଛି । ଆଜି ଏକ ଷ୍ଟଣ୍ଟ ସିନର ସୁଟିଂ ପାଇଁ ସେଟରେ ଟ୍ରେନ ଭଗ୍ନାଂଶ ରଖା ଯାଇଥିଲା । ୨୦ ଫୁଟ୍ ଉପରେ କ୍ରେନ୍ ସାହାଯ୍ୟରେ ଏସ୍. ସୁରେଶଙ୍କୁ ଷ୍ଟଣ୍ଟ ସିନ୍ ସୁଟ୍ ପାଇଁ ବନ୍ଧା ଯାଇଥିଲା ।

ଆଉ ସୁଟିଂ ବେଳେ ହଠାତ୍ ଛିଡ଼ି ଯାଇଥିଲା କ୍ରେନରେ ବନ୍ଧା ଯାଇଥିବା ରଶି । ତଳକୁ ଖସି ପଡ଼ିଥିଲେ ଏସ୍. ସୁରେଶ । ସୁଟିଂ ସେଟରୁ ତୁରନ୍ତ ତାଙ୍କୁ ମେଡିକାଲ୍ ନିଆ ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରାୟ ୨୫ ବର୍ଷ ଧରି ଏସ୍ ସୁରେଶ ସିନେମାରେ ଷ୍ଟଣ୍ଟ କରି ଆସୁଥିଲେ । ‘ବିଦୁଥଲଈ’ ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ବିଜୟ ସେତୁପତି । ଏହି ଦୁର୍ଘଟଣା ପରେ ଫିଲ୍ମ ସୁଟିଂକୁ ବନ୍ଦ କରି ଦିଆଯାଇଛି ।

Leave A Reply

Your email address will not be published.