Latest Odisha News

BREAKING NEWS

ସଂଘମିତ୍ରା ମିଶ୍ରଙ୍କ ସମ୍ପାଦିତ ‘ବିଜୟ ବିଭବ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ସ୍ମୃତିରେ , ପ୍ରକାଶନୀ ସଂସ୍ଥା ପକ୍ଷୀଘର ଆନୁକୂଲ୍ୟରେ ସଂଘମିତ୍ରା ମିଶ୍ରଙ୍କ ସମ୍ପାଦନାରେ, ବିଜୟ ମିଶ୍ରଙ୍କ ରଚିତ ନାଟକ ସମୂହକୁ ନେଇ ଏକ ସମାଲୋଚନା ପୁସ୍ତକ ‘ବିଜୟ ବିଭବ’ ଉନ୍ମୋଚିତ ହୋଇଯାଇଛି l ବଟକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରମେଶ ପ୍ରସାଦ ପାଣିଗ୍ରାହୀ, ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ, ସଂଘମିତ୍ରା ମିଶ୍ର ଓ ପକ୍ଷୀଘର ସମ୍ପାଦକ ବନୋଜ ତ୍ରିପାଠୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ l

ଏହି ଅବସରରେ ଓଡ଼ିଶା ନାଟ୍ୟ ସଂଘର ନୂତନ ନିର୍ବାଚିତ ସଭାପତି ହରେନ ସାହୁ ଓ ସମ୍ପାଦକ ଶୁଭଙ୍କର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଏହି କାର୍ଯ୍ୟକ୍ରମକୁ କରିଥିଲେ ଶୁଭ୍ରାଂଶୁ ବେହେରା ସଞ୍ଚାଳନ କରିଥିଲେ l

 

Leave A Reply

Your email address will not be published.