Latest Odisha News

BREAKING NEWS

କରୁର ଦଳାଚକଟା ଘଟଣା; ବିଜୟ ଦେଇଥିଲେ ଚାକିରି, ଛଡ଼ାଇ ନେଲେ ହାଇକୋର୍ଟ

ନୂଆଦିଲ୍ଲୀ: କରୁର ଦଳାଚକଟାର ପୀଡିତଙ୍କୁ ଚାକିରି ପ୍ରଦାନ କରିବା ଜନିତ ଆଦେଶକୁ ମାଡ୍ରାସ ହାଇକୋର୍ଟ ସୋମବାର ରଦ୍ଦ କରିଛନ୍ତି। ଏହି ନିଯୁକ୍ତି ତାମିଲନାଡୁର ବିଜୟ ସରକାର ଦେଇଥିଲେ।

ଗତ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ କରୁରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଅଭିନେତା ବିଜୟଙ୍କ ଏକ ରାଲି ସମୟରେ ଦଳାଚକଟା ହୋଇଥିଲା। ଏଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।

ଅକ୍ଟୋବର ୨୦୨୫ରେ, ସୁପ୍ରିମକୋର୍ଟ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ତଦନ୍ତ ଭାର ହସ୍ତାନ୍ତର କରିଥିଲେ, ଏକ ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ମାସର ଆରମ୍ଭରେ ମୁଖ୍ୟମନ୍ତ୍ରୀ କରୁର ଦଳାଚକଟାରେ ପ୍ରାଣ ହରାଇଥିବା ପୀଡିତଙ୍କ ୩୨ ଜଣ ଆଇନଗତ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଯାହାକୁ ମାଡ୍ରାସ ହାଇକୋର୍ଟ ରଦ୍ଦ କରିଛନ୍ତି।

ଏହି ଅନୁକମ୍ପାମୂଳକ ନିଯୁକ୍ତି ରାଜ୍ୟ ସରକାରଙ୍କ ରିଲିଫ୍ ଏବଂ ପୁନର୍ବାସ ପଦକ୍ଷେପର ଏକ ଅଂଶ ଥିଲା ଯାହା ପ୍ରଭାବିତ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ କରାଯାଇଥିଲା।

Leave A Reply

Your email address will not be published.