Latest Odisha News

BREAKING NEWS

ପଦାରେ ପଡିଲା ବିକ୍ରମଙ୍କ ବିବାହ !

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ପ୍ରାୟ ଏକ ବର୍ଷ ଧରି ତାଙ୍କ ବିବାହ ଲୁଚାଇ ରଖିଥଲେ । ଏବେ ଏହା ପଦାରେ ପଡିଛି । ରିପୋର୍ଟ ମୁତାବକ ଶ୍ୱେତାମ୍ବରୀ ସୋନି ନାମକ ଏକ ଝିଅକୁ ବିକ୍ରମ ବିବାହ କରିଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲପାଇ ଆସୁଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସୁସ୍ମିତା ସେନ ଓ ଅମିଷା ପଟେଲଙ୍କ ସହ ମଧ୍ୟ ବିକ୍ରମଙ୍କ ନାମ ଯୋଡା ଯାଇଥିଲା ।

ବିକ୍ରମ ପ୍ରଥମେ ଅଦିତି ଭଟ୍ଟ ନାମକ ଝିଅକୁ ବାହା ହୋଇଥିଲେ । ସେମାନଙ୍କ ଗୋଟିଏ ଝିଅ ମଧ୍ୟ ଅଛି । ୧୯୯୮ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଶ୍ୱେତାମ୍ବରୀଙ୍କ ସମ୍ପର୍କରେ ଗଣମାଧ୍ୟମ ବିଶେଷ ତଥ୍ୟ ପାଇ ନ ଥିଲେ ମଧ୍ୟ ସେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବା ଜଣାପଡିଛି ।

Comments are closed.