Latest Odisha News

BREAKING NEWS

ସଫଳତାର ଶୀର୍ଷରେ ଚାନ୍ଦ୍ରାୟଣ – ୨: ଅର୍ବିଟରୁ ଅଲଗା ହେଲା ଲ୍ୟାଣ୍ଡର୍ ‘ବିକ୍ରମ୍’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୭ ତାରିଖ ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚାନ୍ଦ୍ରାୟଣ -୨ର ଲ୍ୟାଣ୍ଡର୍ ବିକ୍ରମ । ସୋମବାର ଦିନ ଇସ୍୍େରା ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିପାରିଛ୍ନ୍ତି । ଲ୍ୟାଣ୍ଡର୍ ବିକ୍ରମ ଯେଉଁ ମୁଖ୍ୟ ଯନ୍ତ୍ରାଂଶଟି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ସେହି ଯାନଟି ଆଜି ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ରଯାନରୁ ବିଚ୍ଛିନ୍ନ ହୋଇଯାଇଛି । ଏବେ ଚନ୍ଦ୍ରପୃଷ୍ଠର ଯଥେଷ୍ଟ ନିକଟତର ହୋଇଚାଲିଛି ଲ୍ୟାଣ୍ଡର୍ ବିକ୍ରମ ।

ସବୁଠାରୁ ବଡ଼କଥାହେଲା ଏପର୍ଯ୍ୟନ୍ତ ଚାନ୍ଦ୍ରାୟଣ ଅଭିଯାନ ଠିକ୍ ଠାକ୍ ଚାଲିଛି । ସଫଳ ହୋଇଛନ୍ତି ଭାରତୀୟ ବୈଜ୍ଞାନିକମାନଙ୍କ ଏହି ମୂଲ୍ୟବାନ ଉଦ୍ୟମ ।

ତେବେ ୭ ତାରିଖ ଦିନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ସମୟରେ ଲ୍ୟାଣ୍ଡର୍ ବିକ୍ରମ କିପରି ଠିକ୍ ଭାବେ ପରିଚାଳିତ ହେଉଛି ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହି ଐତିହାସିକ ମୁହୂର୍ତ୍ତକୁ ଭାରତୀୟଙ୍କ ସମେତ ସମଗ୍ର ବିଶ୍ୱବାସୀ ବେଶ୍ ଆଗ୍ରହ ସହକାରେ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.