Latest Odisha News

BREAKING NEWS

ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ରେ ଅବତରଣ

ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ରୁଷର ଚନ୍ଦ୍ରଯାନ ଲୁନା୨୫ ସଫ୍ଟ ଲାଣ୍ଡିଂ କରିବାର ଦିନକ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଦୁଇ ଦିନ ପରେ ଇତିହାସ ରଚିବାକୁ ଯାଉଛି ଭାରତ ଅଗଷ୍ଟ ୨୩ ସଂଧ୍ୟା ୬ଟା ମିନିଟରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ

ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ରହି ଚନ୍ଦ୍ର ପରିକ୍ରମା କରୁଛି ଚନ୍ଦ୍ରଯାନ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର ଏହି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି

ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ ପାଇଁ ଆଗକୁ ବଢୁଛି ବିକ୍ରମ ଲ୍ୟାଣ୍ଡର ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବା ପରେ ଏହା ଚନ୍ଦ୍ରପୃଷ୍ଠର ନିକଟବର୍ତ୍ତୀ ହୋଇଛି

ଏଥର ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏପରିକି ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ମଧ୍ୟ ସଂଫଳତାର ସହ ଲ୍ୟାଣ୍ଡିଂ କରିବାକୁ ବିକ୍ରମ ଲ୍ୟାଣ୍ଡର ସମର୍ଥ ବୋଲି କୁହାଯାଉଛି ଏଥିରେ ଏକାଧିକ ଥ୍ରଷ୍ଟର ଖଞ୍ଜା ଯାଇଛି ଯାହା ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ

ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ ଏପଟେ ପ୍ରପଲସନ ମଡ୍ୟୁଲ ନିର୍ଦ୍ଧାରିତ କକ୍ଷପଥରେ ଚନ୍ଦ୍ର ଚାରିପଟେ ବୁଲି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ

ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ପାଇଁ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କଲେ ଭାରତ ଇତିହାସ ରଚିବ ଯଦି ଚନ୍ଦ୍ରଯାନ ସଫଳ ହେବ, ତେବେ ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିବ ଭାରତ

 

Leave A Reply

Your email address will not be published.