ନୂଆଦିଲ୍ଲୀ:ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବିମାନ ବାହକ ଜାହାଜ ଆଇଏସି ବିକ୍ରାନ୍ତ ସେପ୍ଟମ୍ବର ୨ରେ ନୌସେନାରେ ସାମିଲ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବିଧିବଦ୍ଧ ଭାବେ ସାମିଲ କରାଇବେ । ୨୦ ହଜାର କୋଟିରେ ଏହି ଯୁଦ୍ଧ ଜାହାଜକୁ କୋଚିନ ସିପୟାର୍ଡ ଲିମିଟେଡ ନିର୍ମାଣ କରିଥିଲା । ଏହି ଯୁଦ୍ଧ ଜାହାଜରେ ମିଗ-୨୯, କାମୋବ-୩୧ ହେଲିକ୍ୟାପ୍ଟର, ଏମଏଚ-୬୦ ଆର ମଲ୍ଟି ଟ୍ୟାସ୍କିଙ୍ଗ ହେଲିକ୍ୟାପ୍ଟର ପରି ଲଢ଼ୁଆ ବିମାନକୁ ନିୟୋଜିତ କରାଯିବ । ଏହି ଯୁଦ୍ଧ ଜାହାଜ ନାମ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଯାହାକି ୧୯୭୧ ଭାରତ-ପାକ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ନାମରେ ରଖାଯାଇଛି । ବିଶ୍ୱର ହାତ ଗଣତି ଦେଶ ନିକଟରେ ଏ ଭଳି ବିମାନ ବାହକ ଯୁଦ୍ଧ ଜାହାଜ ରହିଛି । ଏହାର ଲମ୍ବ ୨୬୨ ମିଟର ହୋଇଥିବା ବେଳେ ଚୌଡା ଏବଂ ଉଚ୍ଚତା ଯଥାକ୍ରମେ ୬୨ ଓ ୫୯ ରହିଛି । ୨୦୦୯ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
BREAKING NEWS
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

Comments are closed.