ନୂଆଦିଲ୍ଲୀ:ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବିମାନ ବାହକ ଜାହାଜ ଆଇଏସି ବିକ୍ରାନ୍ତ ସେପ୍ଟମ୍ବର ୨ରେ ନୌସେନାରେ ସାମିଲ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବିଧିବଦ୍ଧ ଭାବେ ସାମିଲ କରାଇବେ । ୨୦ ହଜାର କୋଟିରେ ଏହି ଯୁଦ୍ଧ ଜାହାଜକୁ କୋଚିନ ସିପୟାର୍ଡ ଲିମିଟେଡ ନିର୍ମାଣ କରିଥିଲା । ଏହି ଯୁଦ୍ଧ ଜାହାଜରେ ମିଗ-୨୯, କାମୋବ-୩୧ ହେଲିକ୍ୟାପ୍ଟର, ଏମଏଚ-୬୦ ଆର ମଲ୍ଟି ଟ୍ୟାସ୍କିଙ୍ଗ ହେଲିକ୍ୟାପ୍ଟର ପରି ଲଢ଼ୁଆ ବିମାନକୁ ନିୟୋଜିତ କରାଯିବ । ଏହି ଯୁଦ୍ଧ ଜାହାଜ ନାମ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଯାହାକି ୧୯୭୧ ଭାରତ-ପାକ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ନାମରେ ରଖାଯାଇଛି । ବିଶ୍ୱର ହାତ ଗଣତି ଦେଶ ନିକଟରେ ଏ ଭଳି ବିମାନ ବାହକ ଯୁଦ୍ଧ ଜାହାଜ ରହିଛି । ଏହାର ଲମ୍ବ ୨୬୨ ମିଟର ହୋଇଥିବା ବେଳେ ଚୌଡା ଏବଂ ଉଚ୍ଚତା ଯଥାକ୍ରମେ ୬୨ ଓ ୫୯ ରହିଛି । ୨୦୦୯ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
BREAKING NEWS
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର
- Dussehra 2026: ନିଜ ହାତରେ ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାମରାଜ୍ୟର ଆଦର୍ଶକୁ ମନେ ପକାଇ ଦଶହରା ମଞ୍ଚରୁ ମୋଦୀ ଦେଲେ ବଡ଼ ବାର୍ତ୍ତା…
- ଟାଇଗରଙ୍କୁ ଗୁଳିମାଡ ଘଟଣା; ବଢିଲା ସଲମାନ୍ ଖାନଙ୍କ ସୁରକ୍ଷା, ହାତରେ ବନ୍ଧୁକ…
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…

Comments are closed.