Latest Odisha News

BREAKING NEWS

କୋଭିଡ୍ ଟେଷ୍ଟକୁ ନେଇ ପାଟିତୁଣ୍ଡ

ରଣପୁର: ଗାଁରେ କୋଭିଡ୍ ଟେଷ୍ଟକୁ ନେଇ ଉତେଜନା । ମୟୁରଝାଲିଆ ଗ୍ରାମରେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଡାକ୍ତରଙ୍କୁ ଅଟକ ରଖିଲେ ଗାଁର ଲୋକେ । ରଣପୁର ମୟୁରଝାଲିଆ ଗାଁରେ ଗତ ୩ ଦିନ ତଳେ ୨୪ ଜଣଙ୍କର RTPCR ମାଧ୍ୟ୍ୟମରେ କୋଭିଡ୍ ଟେଷ୍ଟ କରାଯାଇଥିଲା । ସେହି ଟେଷ୍ଟ ବେଳେ ୨୦ ଜଣଙ୍କର କୋଭିଡ୍ ପଜେଟିଭି ଅଛି ବୋଲି ଜଣାପଡିଥିଲା ବାହାରିଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣେ ପୁଣି ଟେଷ୍ଟ କରିବାକୁ ଯାଇଥବା ବେଳେ ତାର ନେଗେଟିଭ ବାହାରିଥିଲା ।

ଜଣେ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ କେମିତି ପୁଣି ରିପୋର୍ଟ ନେଗେଟିଭ ଆସିଲା ତାକୁ ନେଇ ପାଟିତୁଣ୍ଡ ହୋଇଛି । ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖଦେଇଥିଲା । ଉତ୍ତ୍ୟକ୍ତ ହୋଇ ଲୋକେ ଆଜି ଗାଁକୁ ଯାଇଥିବା ଡାକ୍ତରୀ ଦଳଙ୍କୁ ଅଟକ ରଖିଥିଲେ । ତେବେ ପରେ.ଖବର ପାଇ ଚାନ୍ଦପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିଲେ ।

Leave A Reply

Your email address will not be published.