Latest Odisha News

BREAKING NEWS

ପିପିଲି ଟୋଲ୍ ଗେଟ ନିକଟରେ ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ପିପିଲି : ପିପିଲି ଟୋଲଗେଟ୍ ନିକଟରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ କଟାମୁଣ୍ଡ ସହ ମୃତଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି  ।ଏନେଇ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି କିଛି ସମୟ ପାଇଁ ଅଟକି ଯାଇଥିଲା । ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡା ଗାଁରେ ସୁମିତ୍ରା ଜେନାଙ୍କ ପୁଅ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଯାଇଛି ।

ଗତ ୭ ତାରିଖରୁ ସୌମ୍ୟ ନିଖୋଜ ଥିଲେ । ହେଲେ ୮ ତାରିଖରେ ତାଙ୍କ ମୃତ ଦେହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ କନ୍ତିଆକଣ୍ଟା ରେଳ ଲାଇନରେ ପଡିଥିବା ଖବର ମିଳିଥିଲା । ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଏହି ଖବର ଦେଇଥିଲେ ।ସେପଟେ ଏହା ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ ଆଣି ପରିବାର ଲୋକ ରାସ୍ତାରୋକ କରିଛନ୍ତି ।

ଲୋକଙ୍କ କହିବା ଅନୁସାରେ ମୃତ ସୌମ୍ୟ ରଞ୍ଜନଙ୍କ ପିପିଲି ଅଞ୍ଚଳର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି ତାଙ୍କ ମୋବାଇଲ ମସେଜରୁ ଜଣାପଡିଛି । ଯାହା ଫଳରେ ୧୬ ବର୍ଷୀୟ ସୌମ୍ୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକ କହିଛନ୍ତି । ସେପଟେ ପିପିଲି ଏସଡିପିଓ ଓ ଆଇଆଇସି ଆସି ଘଟଣା ସ୍ଥଳରେ ପହଁଞ୍ଚି ବୁଝାସୁଝା କରିଛନ୍ତି । ଏହି ଘଟଣାର ଖୁବ୍ ଶିଘ୍ର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତିା

Comments are closed, but trackbacks and pingbacks are open.