ନୂଆଦିଲ୍ଲୀ: ଭାରତୀୟ କୁସ୍ତିରେ ଫୋଗଟ ପରିବାର ଯୋଗଦାନ ସର୍ବଦା ଆଗରେ ରହିବ । ମହାବୀର ସିଂ ଫୋଗଟଙ୍କ ପରେ ବବିତା ଓ ଗୀତା ମଧ୍ୟ ଦେଶ ପାଇଁ ବେଶ ନାମ କମାଇଥିଲେ । ତେବେ ଏହି ଦୁଇ ଭଉଣୀ ଏବଂ ସେମାନଙ୍କ ଦାଦାଙ୍କ ଝିଅ ତଥା ପ୍ରତିଷ୍ଠିତ ରେସଲର ଭିନେଶଙ୍କ ମଧ୍ୟରେ ସର୍ବଦା ବିବାଦ ଉପୁଜିଛି । ଏହାର ମୂଖ୍ୟ କାରଣ ଉଭୟ ଅଲଗା ଅଲଗା ରାଜନୈତିକ ପାର୍ଟି ସହିତ ଜଡିତ ରହୁଛନ୍ତି । ଭିନେଶ କୁସ୍ତି ଛାଡି ଏବେ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ନିକଟରେ ରେସଲର ତଥା କଂଗ୍ରେସ ନେତ୍ରୀ ଭିନେଶଙ୍କୁ ହରିୟାଣା ସରକାରଙ୍କ ପକ୍ଷରୁ ୪ କୋଟି ଟଙ୍କା ଏବଂ ଏକ ପ୍ଲଟ ପ୍ରଦାନ କରାଯାଇଛି ।
ବବିତା ଏହାକୁ ନେଇ କହିଛନ୍ତି ଯେ, ମୋଦୀ ସରକାରଙ୍କ ସମୟରେ ଯେଉଁ ସୁବିଧା ମିଳୁଛି ତାହାକୁ ଯେତେ ପ୍ରଶଂସା କରାଯିବ କମ ହେବ । ମୋ ସମୟରେ ଯଦି ଏହି ସୁବିଧା ମିଳିଥାନ୍ତା ତେବେ ମୋତେ ଖେଳ ଛାଡିବାକୁ ପଡି ନ ଥାନ୍ତା । ପରେ ଭିନେଶ ଏହାର ଜବାବରେ ଲେଖିଥିଲେ ୨ ଟଙ୍କା ନେଇ ଟୁଇଟ କରୁଥିବା ଓ ମୁକ୍ତରେ ଜ୍ଞାନ ବାଂଟୁଥିବାଙ୍କୁ ମୁଁ କହି ରଖୁଛି ଯେ, କୋଟି କୋଟି ଟଙ୍କାର ବିଜ୍ଞାପନର ଅଫର ପ୍ରତ୍ୟାଖାନ କରିଛି । ମୁଁ ମୋ ପୂର୍ବପୂରୁଷଙ୍କଠାରୁ ଶିଖିଛି ଆତ୍ମ ସମ୍ମାନ ମାଗିଲେ ମିଳେନି । ଏହି ଅବସରରେ ସେ କହିଛନ୍ତି ଯେ, ମୁଁ ଏହି ଅର୍ଥରେ ଏକ ଆନ୍ତର୍ଜାତୀୟ ସ୍ପୋର୍ଟ୍ସ ଏକାଡେମୀ ଖୋଲିବି ।
Comments are closed.