Latest Odisha News

BREAKING NEWS

ଏବେ ବି ଭିନେଶଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଭାରତର ମହିଳା ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ସେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ପାଇ ପାରି ନ ଥିଲେ । ଏ ନେଇ ଭିନେଶ ସିଏଏସରେ ଆବେଦନ କରିଥିଲେ । ସିଏସଏ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ୱାର୍ଲ୍ଡ ରେସଲିଂ ସପକ୍ଷରେ ମତ ଦେଇଥିଲା । ଫଳରେ ଭିନେଶଙ୍କ ଆବେଦନ ଖାରଜ ହୋଇଥିଲା । ରିପୋର୍ଟ ମୁତାବକ ଏବେ ବି ଭିନେଶଙ୍କ ନିକଟରେ ଆଂଶିକ ସୁଯୋଗ ରହିଛି । ସେ ସିଏସଏର ନିଷ୍ପତି ବିରୋଧରେ ସୁଇସ କୋର୍ଟରେ ଆବେଦନ କରିପାରିବେ ।

ଆଇଓଏର ଅଧ୍ୟକ୍ଷ ପିଟି ଉଷା ମଧ୍ୟ ଭିନେଶ ଘଟଣାରେ ଏ ନେଇ ସୂଚନା ଦେଇ ସାରିଛନ୍ତି । ଆମେ ବିକଳ୍ପ ପନ୍ଥା ଗ୍ରହଣ କରିବୁ ବୋଲି ସେ କହିଛନ୍ତି । ଖୁବ କମ ସମୟ ମଧ୍ୟରେ ଏ ନେଇ ଆବେଦନ କରିବାକୁ ପଡିବ । ପଦକ ଆଶା ସମ୍ଭାବନା କ୍ଷୀଣ ଥିଲେ ମଧ୍ୟ ଭାରତ ତାର ଲଢ଼େଇ ଜାରୀ ରଖିଛି । ଫାଇନାଲରେ ଅଯୋଗ୍ୟ ଘୋଷିତ ହେବା ପୂର୍ବରୁ ସେ ଅନ୍ୟ ମୁକାବିଲାରେ ନିୟମ ମୁତାବକ ଖେଳିଥିଲେ ବୋଲି କମିଟି ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଛି । ଏହି ଘଟଣା ପରେ ଭିନେଶ ରେସଲିଂରୁ ଅବସର ଘୋଷଣା କରିଛନ୍ତି ।

Comments are closed.