Latest Odisha News

BREAKING NEWS

ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଫେରାଇବେ ଭିନେଶ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ସମ୍ମାନ ଫେରାଇବେ । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଉଛି । ଏହି ଅବସ୍ଥାରେ ମୋତେ ପଂହଚାଇଥିବାରୁ କ୍ଷମତାଶାଳୀଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେ ଏ ସମ୍ପର୍କରେ ଏକ ପତ୍ର ମଧ୍ୟ ଲେଖିଛନ୍ତି । ଭିନେଶଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇଥିବା ବେଳେ ସାକ୍ଷୀ ମଲିକ ଅବସର ଘୋଷଣା କରିଛନ୍ତି । ଭାରତୀୟ କୁସ୍ତି ସଂଘର ନିର୍ବାଚନ ଡିସେମ୍ବର ୨୧ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଞ୍ଜୟ ସିଂ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ବିବାଦୀୟ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ସେ ଅତି ନିକଟତର ହୋଇଥିବାରୁ ରେସଲରମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ, କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ରେସଲରମାନେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ।

ଭିନେଶ ତାଙ୍କ ପତ୍ରରେ ଲେଖିଛନ୍ତି ଅଲିମ୍ପିକରେ ପଦକ ଜିତିବା ସ୍ୱପ୍ନ ଏବେ ଆଉ ବାସ୍ତବ ରୂପ ନେଇପାରିବ ନାହିଁ । ସାକ୍ଷୀ ଯେବେ ଅଲିମ୍ପିକ୍ସରେ ପଦକ ଜିତିଥିଲେ ଆପଣ ତାଙ୍କୁ ବେଟି ବଚାଓ ଓ ବେଟି ପଢ଼ାଓର ବ୍ରାଣ୍ଡ ଆମ୍ବାସଡର କରିଥିଲେ । ସେ ସମୟରେ ଆମେ ସମସ୍ତେ ଖୁସି ହୋଇଥିଲୁ । ମାତ୍ର ବାସ୍ତବ ରୂପ ଏହା ନେଇପାରି ନ ଥିଲା । ଯେଉଁ ବ୍ୟକ୍ତି ମହିଳା ଖେଳାଳିଙ୍କୁ ନିର୍ଯ୍ୟାତନା ଦେଇଥିଲେ ସେ ଯେଉଁଭଳି ଭାବେ ମିଡିଆରେ ବୟାନ ଦେଇଛନ୍ତି । ତାହା ଥରେ ଆପଣ ଶୁଣନ୍ତୁ, ସବୁ କିଛି ସ୍ପଷ୍ଟ ହୋଇଯିବ । ଆନ୍ଦୋଳନରୁ ଓହରିବା ସହ ଏବେ ଖେଳ, ସମ୍ମାନ ଓ ସବୁ କିଛି ଆମେ ହରାଇଛୁ ବୋଲି ଭିନେଶ ଲେଖିଛନ୍ତି ।

Comments are closed.