ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ତାଙ୍କ ଅବସର ନିଷ୍ପତିରୁ ୟୁଟର୍ଣ୍ଣ ନେଇଛନ୍ତି । ୩୧ ବର୍ଷୀୟା ଭିନେଶ ପ୍ୟାରିସ ଅଲିମ୍ପିକ୍ସ ପରେ ଅବସର ଘୋଷଣା କରିଥିଲେ । ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବା ସତ୍ୱେ ଭିନେଶ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ହେବା ଯୋଗୁ ସେ ଫାଇନାଲ ଖେଳିପାରି ନ ଥିଲେ । ପ୍ରଥମ ଭାରତୀୟ ଭାବେ ମହିଳା ଭାବେ ସେ ରେସଲିଂର ଫାଇନାଲରେ ପ୍ରବେଶ କରିଥିଲେ । ତେବେ ତାଙ୍କ ସ୍ୱପ୍ନ ସାକାର ହୋଇପାରି ନ ଥିଲା । ଭିନେଶ ହରିୟାଣା ବିଧାନସଭା ନିର୍ବାଚନରେ ଜୁଲଣାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।
ଏବେ ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ଅବସର ନିଷ୍ପତିରୁ ଓହରିଥିବା ଘୋଷଣା କରିଛନ୍ତି । ମୋ ଭିତରେ ଏବେ ବି ଦେଶ ପାଇଁ ପଦକ ଜିିତିବା ସ୍ୱପ୍ନ ପୂର୍ବଭଳି ବଳବତର ରହିିଛି । ୨୦୨୮ରେ ଲସ ଆଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ ପାଇଁ ଉଦ୍ୟମ କରିବି ବୋଲି ସେ କହିଛନ୍ତି । ମାଆ ହେବା ପରେ ଭିନେଶ କିଛି ଦିନ ବିଶ୍ରାମ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୧୦୦ ଗ୍ରାମ ଅଧିକ ଓଜନରେ ଅଯୋଗ୍ର ଘୋଷିତ ହେବା ପରେ ସେ ସିଏଏସର ଦ୍ୱାରସ୍ଥ ହୋଇଥିଲେ ।