Latest Odisha News

ମୁହଁ ଖୋଲିଲେ ବିନୋଦ କାମ୍ବଲୀ, ସବୁ ପାଇଁ ପ୍ରସ୍ତୁତ

ମୁମ୍ବାଇ: ନିକଟରେ ବିନୋଦ କାମ୍ବଲୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସ୍ପଷ୍ଟ ଅନୁମାନ କରି ହେଉଥିଲା । ବାଲ୍ୟବନ୍ଧୁ ସଚିନ ତେନ୍ଦୁଲକରଙ୍କୁ ଦେଖି କାମ୍ବଲୀ ଭାବପ୍ରବଣ ହୋଇ ପଡିଥିଲେ । ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ ପ୍ରଥମେ କାମ୍ବଲୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । କାମ୍ବଲୀଙ୍କୁ ଏଥିପାଇଁ ପ୍ରଥମେ ରିହ୍ୟାବ ଯିବାକୁ ପଡିବ ବୋଲି ସେ କହିଥିଲେ । କାମ୍ବଲୀ କହିଛନ୍ତି ଯେ ପର୍ଯ୍ୟନ୍ତ ମୋ ସହିତ କ୍ରିକେଟ ପରିବାର ରହିଛି ମୁଁ କୌଣସି କଥାକୁ ଭୟ କରୁନି । ୧୫ଥର ପାଇଁ ରିହ୍ୟାବ ଯିବାକୁ ପ୍ରସ୍ତୁତ । ଆର୍ଥୀକ ସ୍ଥିତି ସ୍ୱଚ୍ଛଳ ନ ଥିବା ସେ ସ୍ୱୀକାର କରିଛନ୍ତି ।

ବିସିସିଆଇଠାରୁ ମିଳୁଥିବା ୩୦,୦୦୦ ପେନସନରେ ସେ ପରିବାର ଚଳାଉଛନ୍ତି । ଅନ୍ୟ କ୍ରିକେଟରମାନେ ମଧ୍ୟ କାମ୍ବଲୀଙ୍କୁ ସହଯୋଗ ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି । ମୁଁ ମାନୁଛି ମଦ ଯୋଗୁ ମୋର ଏ ଭଳି ଅବସ୍ଥା ହୋଇଛି । ଏବେ କିନ୍ତୁୂ କିଛି ଦିନ ହେବ ମୁଁ ଏହାଠାରୁ ଦୂରେଇ ରହିଛି । ପରିବାରର ସ୍ଥିତି ସୁଧାରିବା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି ବୋଲି କାମ୍ବଲୀ କହିଛନ୍ତି । ଅଜୟ ଜାଡେଜା, ଅବେ କୁରୁଭିଲ୍ଲା ମଧ୍ୟ ଅର୍ଥ ସହାୟତା ଯୋଗାଇଦେବେ ବୋଲି ଆଶ୍ୱସନା ଦେଇଛନ୍ତି । ଚଳିତ ବର୍ଷ ଆରମ୍ଭରେ ଅଂଶୁମାନ ଗାଏକ୍ୱାଡ ମଧ୍ୟ ଚିକିତ୍ସା ପାଇଁ କାମ୍ବଲୀଙ୍କୁ ୧କୋଟି ଟଙ୍କାର ସହାୟତା ଯୋଗାଇ ଦେଇଥିଲେ ।

ପତ୍ନୀ ଓ ପିଲାମାନେ ଯେଉଁ ଭଳି ଭାବେ ମୋର ଯତ୍ନ ନେଉଛନ୍ତି ଯେତେ ପ୍ରଶଂସା କରାଯିବ କମ ହେବ । ସେମାନଙ୍କ ପାଇଁ ନିଶା ଛାଡି ଦେଇଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ କାମ୍ବଲୀଙ୍କ ରୋଜଗାର ପନ୍ଥା ମଧ୍ୟ ସ୍ଥିର କରାଯିବ ବୋଲି ତାଙ୍କ ସାଥୀ କ୍ରିକେଟମାନେ ମଧ୍ୟ କହିଛନ୍ତି । ଏକ ସାକ୍ଷାତକାରରେ ପିଲାବେଳର ବନ୍ଧୁ ସଚିନ ତେନ୍ଦୁଲକର ତାଙ୍କ ଅନେକ ସହଯୋଗ କରିଛନ୍ତି ବୋଲି କାମ୍ବଲୀ କହିଥିଲେ ।

Leave A Reply

Your email address will not be published.