କାନପୁର: ପ୍ରବଳ ଥଣ୍ଡାରେ ଗରମ ଗରମ ସିଙ୍ଗଡ଼ାର ମଜା କାହାକୁ ବା ଭଲ ନଲାଗେ । ଚଟପଟି ଚଟନୀ ସାଙ୍ଗକୁ ସିଙ୍ଗଡ଼ା । ଏହାର ଭରପୁର ମଜା ନିଅନ୍ତି ଛୋଟରୁ ବଡ଼ । ଏମିତି ଖୁବ୍ କମ୍ ଲୋକ ଥିବେ, ଯାହାଙ୍କୁ ସିଙ୍ଗଡ଼ା ପସନ୍ଦ ନଥିବ । ହେଲେ ବଦଳୁଥିବା ସମୟ ସହ ଲୋକଙ୍କ ପସନ୍ଦ ମଧ୍ୟ ବଦଳୁଛି । ଲୋକଙ୍କ ପସନ୍ଦ ଅନୁଯାୟୀ ବ୍ୟବସାୟୀ ମଧ୍ୟ ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ନୂଆ ନୂଆ ଏକ୍ସପେରିମେଣ୍ଟ କରିଥାନ୍ତି ।
ଏହି ମଧ୍ୟରେ ଏକ ସିଙ୍ଗଡ଼ାର ଭିଡ଼ିଓ ଆସିଛି । ଯାହା ବେଶ୍ ଚର୍ଚ୍ଚା ସାଉଁଟିଛି । ଆପଣ କେବେ ଦେଖିଛନ୍ତି ରଙ୍ଗବେରଙ୍ଗ ସିଙ୍ଗଡ଼ା । ତିଆରି ହେଉଛି ଗୋଲାପୀ, କମଳା, ସବୁଜ ରଙ୍ଗର ସିଙ୍ଗଡ଼ା । ଏହି ସିଙ୍ଗଡ଼ାର ସ୍ୱାଦ ବିଷୟରେ ତ ଜଣାନାହିଁ । କିନ୍ତୁ ତିଆରି ହେବାପରେ ସିଙ୍ଗଡ଼ା ବହୁତ ଆକର୍ଷଣୀୟ ଦେଖାଯାଉଛି ।
ସିଙ୍ଗଡ଼ା କାନପୁରର ଏକ ଷ୍ଟ୍ରିଟ୍ ଫୁଡ଼ ଷ୍ଟଲରେ ବିକ୍ରି ହେଉଛି । ଯାହାକୁ ପପୁ ସମୋସା ନାମରେ ଜାଣିଥାନ୍ତି । ଭିଡ଼ିଓରେ ଦେଖାଯାଉଛି ଯେ, ଏକ ତେଲ କଢ଼ାଇରେ ଭିନ୍ନ ଭିନ୍ନ ରଙ୍ଗର ଏକାସହ ପୁଳାଏ ସିଙ୍ଗଡ଼ା ପକାଯାଉଛି । ସିଙ୍ଗଡ଼ାରେ ରଙ୍ଗ ଦିଆଯାଉଥିବାବେଳେ ପପୁ କହିଛନ୍ତି, ଭେରାଇଟିରେ କିଛି ନୂଆ କରିବା ପାଇଁ ଏହିପରି ରଙ୍ଗବେରଙ୍ଗ ସିଙ୍ଗଡ଼ା କରିଥାଏ । ଏହି ଭିଡ଼ିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।
Comments are closed.