Latest Odisha News

[ଭିଡିଓ] ବ୍ରାଜିଲରେ ଅଘଟଣ; ପାହାଡ଼ରୁ ଧସିଲା ପଥର, ୭ ମୃତ

ବ୍ରାଜିଲ୍: ଏମିତିବି ଆସିପାରେ ମୃତ୍ୟୁ । ଏହି ସଂସାରରେ ଯିଏ ଜନ୍ମ ନେଇଛି ତାକୁ ଦିନେ ନା ଦିନେ ମରିବାକୁ ପଡ଼ିଥାଏ । ମୃତ୍ୟୁ କେତେବେଳେ କାହା ପାଖକୁ କେଉଁ ରୂପରେ ଆସିବ ତାହା କାହାକୁ ଜଣାନଥାଏ । ଆପଣ ଅନେକ ସମସୟରେ ଅନେକ ପ୍ରକାରର ମୃତ୍ୟୁ ହୋଇଥିବା ଦେଖିଥିବେ । ଏଠିମଧ୍ୟ କିଛି ଅଦ୍ଭୁତ ମୃତ୍ୟୁ ହୋଇଯାଇଛି । ଯାହାର ଭିଡିଓ ମୋବାଇଲରେ ରେକର୍ଡ ହୋଇଛି ।

ଆପଣଙ୍କ ପାଖକୁ କେଉଁ ସମୟରେ ଓ କୌଣସି ପ୍ରକାରର ମୃତ୍ୟୁ ଆସିପାରେ । ଶନିବାର ବ୍ରାଜିଲରେ ଏହିଭଳି ଏକ ଅକସ୍ମାକ୍ ମୃତ୍ୟୁ ଘଟିଯାଇଛି । ପର୍ଯ୍ୟଟକମାନେ ବୋଟିଂ କରି ମଜାମସ୍ତି କରୁଥିଲେ । ଏହା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲେ । କିନ୍ତୁ ହଠାତ ଘଟିଲା ଅଘଟଣ । ହଠାତ ଉପରୁ ଖସିଲା ମୃତ୍ୟୁ । ଅର୍ଥାତ ପାହାଡ଼ ଧସି ଖସିପଡ଼ିଲା ଏକ ବିରାଟ ପଥର ଖଣ୍ଡ । ଏ ଦୃଶ୍ୟ ଦେଖି ଆପଣଙ୍କ ଛାତି ଥରି ଉଠିବ । ଓଃହ୍……… କିଏ ଜାଣିଥିଲା ଏମିତି କିଛି ଘଟିଯିବ ବୋଲି ।<

ବ୍ରାଜିଲର ମିଶନ ଗେରିସ ପ୍ରଦେଶର କ୍ୟାପିଟାଲିଓ କ୍ୟାନିୟୋନ୍ସ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଏଠାରେ ପର୍ଯ୍ୟଟକମାନେ ବୋଟ୍ରେ ବସି ମଜା ନେଉଥିଲେ । ହଠାତ ପାହାଡ଼ ଧସି ୨ଟି ବୋଟ୍ ଉପରେ ଖସିପଡ଼ିଲା ଏକ ବିରାଟ ପଥର ଖଣ୍ଡ । ଯାହାଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି । ଅନ୍ୟମାନଙ୍କ ମଧ୍ୟରୁ ଅଧିକାଶଂଙ୍କ ଶରୀରର ହାଡ଼ ଭାଙ୍ଗିଯାଇଛି ।

ପହାଡ଼ରୁ ବିରାଟ ପଥର ଖଣ୍ଡ ଧସି ବୋଟ୍ ଉପରେ ପଡ଼ିବାର ଦୃଶ୍ୟ କେହି ମୋବାଇଲରେ ରେକର୍ଡ କରି ସୋସାଲ ମିଡିଆରେ ଭାଇରାଲ କରିଛନ୍ତି । ବିରାଟ ପଥର ଖଣ୍ଡ ଖସିଲାବେଳେ ୨ଟି ମୋଟର ବୋଟ୍ ଏହାର ଖୁବ ନିକଟରେ ଥିଲେ । ସେମାନେ ସେଠାରୁ ଚାଲିଯିବାକୁ ସମୟ ବି ପାଇନଥିଲେ । ପଥର ଖଣ୍ଡ ପାଣିରେ ପଡ଼ିଲା ପରେ ବହୁ ଉଚ୍ଚକୁ ପାଣି ଉଠିଥିଲା । ଏହି ଘଟଣାରେ ୩ଜଣ ନିଖୋଜ ଥିବା ଜଣାପଡ଼ିଛି ।

ଦୁଇ ସପ୍ତାହ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ତେଣୁ ପାହାଡ଼ ଧସି ଯାଇଥିବା କୁହାଯାଉଛି ।

Leave A Reply

Your email address will not be published.