Latest Odisha News

BREAKING NEWS

[ଭିଡ଼ିଓ] ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ନେଇ କାନ୍ଦିଲେ ଛାତ୍ରଛାତ୍ରୀ: ଭିଡ଼ିଓ ଭାଇରାଲ

ନବରଙ୍ଗପୁର :ସ୍କୁଲ ଛାଡିବେ ପ୍ରଧାନ ଶିକ୍ଷକ। ଗୋଟିଏ ସ୍କୁଲରୁ ଅନ୍ୟ ଗୋଟିଏ ସ୍କୁଲକୁ ବଦଳି ଅର୍ଡର ମିଳିବା ପରେ ବଦଳିଯାଇଥିିଲା ସ୍କୁଲ ପରିବେଶ । ଛାତ୍ରଛାତ୍ରୀଙ୍କ ଗହଣରେ ମିଳିଥିଲା ଅନେକ କ୍ଷୋଭ । ସମସ୍ତଙ୍କ ଆଖିରେ ଲୁହ।

ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଡାବୁଗାଁର ବେଦନା ସରକ।ରୀ ସ୍କୁଲରେ । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ପ୍ରଧାନ ଶିକ୍ଷକ ଦିବାକର ବାରିକଙ୍କୁ ରାଇଘରକୁ ବଦଳି କରାଯାଇଛି । ଯାହା ଶୁଣିବା ପରେ ଛାତ୍ରଛାତ୍ରୀ ମାନେ ବିରୋଧ କରିବା ସହିତ କାନ୍ଦିବାକୁ ଲାଗିଥିଲେ।। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ସାରଙ୍କ ବଦଳି କରାନଯାଉ ।

ସାରଙ୍କୁ ନଛାଡିବାକୁ ଜିଦ୍ କରିବା ସହିତ ସମସ୍ତଙ୍କ ଆଖିରେ ଲୁହା ଏକାଠି ହୋଇ ସମସ୍ତେ କାନ୍ଦିବାକୁ ଲାଗିଥିଲା । ସ୍କୁଲ ଶିକ୍ଷକଙ୍କଠାରୁ ନେଇ ଛାତ୍ରୀ ସମସ୍ତେ ଏାକାଠି ହୋଇ ବିରୋଧ କରିବା ସହିତ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଦାବି କରିଛନ୍ତି ।

ଆଉ ଏବେ ସେହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.