Latest Odisha News

BREAKING NEWS

ମନ୍ଦିରରୁ ପାଣି ପିଇବାକୁ ନେଇ ମୁସଲମାନ ନାବାଳକକୁ ନିର୍ଦ୍ଦୟ ଭାବେ ମାଡ ମାରି ଯୁବକ ଗିରଫ

ଗାଜିଆବାଦ: ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍‌ ଭୟଙ୍କର ଭାବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ବ୍ୟକ୍ତି ନାବାଳକ ମୁସଲମାନ ପୁଅ ହିନ୍ଦୁ ମନ୍ଦିରରେ ପାଣି ପିଇଥିବାରୁ ତାକୁ ନିର୍ଧୁମ୍‌ ପିଟିଥିବାର ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ପିଲାଟିକୁ ତା ନା ପଚାରିବା ପରେ ମନ୍ଦିରରୁ ପାଣି ପିଇବାକୁ ନେଇ ନାବାଳକକୁ ନିର୍ଦ୍ଦୟ ଭାବେ ମାଡ ମାରିଥିଲେ।

ଭିଡିଓରେ ଦେଖାଯାଇଥିବା ଅଭିଯୁକ୍ତଙ୍କୁ ଗାଜିଆବାଦ ପୋଲିସ ଗିରଫ କରିଛି ଏବଂ କ୍ଲିପ୍ ଆଧାରରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଛି। ଏହି ବ୍ୟକ୍ତି ଜଣକ ବିହାରର ମୂଳ ବାସିନ୍ଦା ଅଶ୍ୱାନୀ କୁମାର ଯାଦବ ବୋଲି ଜଣାପଡିଛି।

ଗାଜିଆବାଦ ଏସପି ଇରାଜ ରାଜ କହିଛନ୍ତି, “ଭିଡିଓରେ ବାଳକକୁ ଆକ୍ରମଣ କରିଥିବା ଅଭିଯୁକ୍ତମାନେ ବିହାରର ଭାଗଲପୁରର ବାସିନ୍ଦା। ତାଙ୍କୁ ଗିରଫ କରାଯାଇଛି ଏବଂ ଏଫ୍ଆଇଆର୍ ପଞ୍ଜିକୃତ କରାଯାଇଛି। ଏହାକୁ ନେଇ  ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି। ”

ଭିଡିଓରେ ଅଭିଯୁକ୍ତ ଜଣକ ପୁଅକୁ ତାଙ୍କ ନାମ ଏବଂ ପିତାଙ୍କ ନାମ ପଚାରିଥିବା ଦେଖିବାକୁ ମିଳିଛି। ପିଲାଟି ଉତ୍ତର ଦେଇ କହିଲା ଯେ ସେ ପାଣି ପିଇବାକୁ ମନ୍ଦିରକୁ ଯାଇଥିଲା ଏବଂ ଏହାର ଉତ୍ତର ପରେ ତୁରନ୍ତ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିତିଲେ। ଏହା ପରେ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଏହାକୁ ଆଧାର କରି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି।

Leave A Reply

Your email address will not be published.