Latest Odisha News

BREAKING NEWS

ଆମେରିକାରେ କିଏ ଜିତିବ ନିର୍ବାଚନ, ଭବିଷ୍ୟବାଣୀ କଲା… 

ବ୍ୟାଙ୍କକ: ଭାଇରାଲ୍ ହେଉଥିବା ଥାଇଲ୍ୟାଣ୍ଡର ଗଣ୍ଡାକୁ ଆପଣ ନିଶ୍ଚୟ ଜାଣିଥିବେ। ଏହି ଭାଇରାଲ୍ ଜଳହସ୍ତି ମୋ ଡେଙ୍ଗ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ​​ବିଜେତା ହେବ ସେନେଇ ଭବିଷ୍ୟବାଣୀ କରିଛି।

ମୋ ଡେଙ୍ଗ୍ ର ଭବିଷ୍ୟବାଣୀ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ, ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ମୁକୁଟ ପିନ୍ଧିବେ।

ଥାଇଲ୍ୟାଣ୍ଡର ଖାଓ ଖିଭୋ ଓପନ୍ ପ୍ରାଣୀ ଉଦ୍ୟାନରେ ମୋ ଡେଙ୍ଗକୁ ଦୁଇଟି ଫଳ କେକ୍ ମଧ୍ୟରୁ ଗୋଟିଏ ବାଛିବାକୁ ଦିଆଯାଇଥିଲା। ସେଥିମଧ୍ୟରୁ ସେ ଟ୍ରମ୍ପଙ୍କ ଫ୍ରୁଟ୍ କେକ୍ ବାଛିଥିଲା। ସେହିପରି ମୋ ଡେଙ୍ଗ କୁ ଦୁଇଟି ତରଭୁଜ ଦିଆଯାଇଥିଲା। ସେଥିମଧ୍ୟରୁ ସେ ଟ୍ରମ୍ପଙ୍କ ନାମ ଥିବା ଏକ ତରଭୁଜ ଖାଇଥିଲା।

ରିପୋର୍ଟ ଅନୁଯାୟୀ ଏହି ଭିଡିଓ ସୋମବାର ଦିନ ସୁଟିଂ କରାଯାଇଛି। ତେବେ ଏହି ଭବିଷ୍ୟବାଣୀ ନିର୍ବାଚନ ଫଳାଫଳ ବାହାରିବାର କିଛିଦିନ ପୂର୍ବରୁ କରାଯାଇଛି।

ତେବେ ଆମେରିକାରେ ନଭେମ୍ବର ୫ରେ ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ସର୍ଭେରୁ ଟ୍ରମ୍ପ ଏବଂ ହାରିସଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଥିବା ନେଇ ଜଣାପଡିଛି।

 

Comments are closed.