Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପ୍ରେମରେ ପ୍ରକୃତି ଓ ବାବୁଶାନ ! ରାସ୍ତାରେ ଦେଖି ଉଭୟଙ୍କୁ ମାଡ଼ ମାରିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ୱର: ପ୍ରକୃତିଙ୍କ ପାଇଁ ବାବୁଶାନଙ୍କ ପରିବାରରେ ଫାଟ ! ରାସ୍ତାରେ ଧରି ପ୍ରକୃତିଙ୍କୁ ଛେଚିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି । କହିଲେ ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଭାଙ୍ଗୁଛି । ରିଲରେ ଆପଣ ପ୍ରକୃତି ଓ ବାବୁଶାନଙ୍କ ପ୍ରେମ ଦେଖିଥିବେ । ଆଉ ରିଅଲରେ ସ୍ୱାମୀଙ୍କ ସହ ପ୍ରକୃତିଙ୍କୁ ପାଇବା ପରେ ଛାଡ଼ି ନଥିଲେ ତୃପ୍ତି । ପ୍ରକୃତିଙ୍କ ସହ ବାବୁଶାନଙ୍କୁ ମାଡ଼ ମାରିଥିଲେ । ତେବେ ଏହି ଭିଡିଓଟି କେବର ଜଣାପଡ଼ି ନାହିଁ ।

ଗାଡ଼ି ଡ୍ରାଇଭିଂ କରୁଛନ୍ତି ବାବୁଶାନ ଓ ସାଇଡରେ ବସିଛନ୍ତି ପ୍ରକୃତି । ଏହା ଦେଖି ରାଗି ଯାଇଥିଲେ ବାବୁଶାନଙ୍କ ପତ୍ନୀ । ସିଧା କାର ଭିତରେ ପଶି ପ୍ରକୃତିଙ୍କୁ ମାଡ଼ ମାରିଥିଲେ ତୃପ୍ତି । ଲୋକେ ଛିଡ଼ା ହୋଇ ସବୁ ଦେଖୁଥିଲେ, ମୋବାଇଲରେ ରେକର୍ଡିଂ ବି କରୁଥିଲେ ସିନା କିନ୍ତୁ କେହି ପ୍ରତିବାଦ କରୁନଥିଲେ । ପ୍ରକୃତି ନିଜକୁ ରକ୍ଷା କରିବାକୁ ଯାଇ ଦୌଡ଼ି ପଳାଇବା ବେଳେ ତାଙ୍କୁ ଧକ୍କା ମାରିଥିଲେ ବାବୁଶାନଙ୍କ ପତ୍ନୀ ।

ପ୍ରକୃତି ପରିବାର ଭାଙ୍ଗୁଥିବା ଅଭିଯୋଗ କରି ବାବୁଶାନଙ୍କ ସ୍ତ୍ରୀ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନଙ୍କୁ ରାସ୍ତା ଉପରେ ମାଡ଼ ମାରିଛନ୍ତି । ଏନେଇ ବାବୁଶାନଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ପ୍ରକୃତି କହିଛନ୍ତି ସେ ପାଗଳ ହୋଇ ଯାଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ । ସତରେ କଣ ବାବୁଶାନ ଓ ପ୍ରକୃତି ପ୍ରେମ କରୁଛନ୍ତି ? ନା ପ୍ରେମମ୍ ସିନେମାକୁ ନେଇ ବାବୁଶାନଙ୍କ ପତ୍ନୀଙ୍କ ଏତେ ଆକ୍ରୋଶ । ତା’କୁ ନେଇ ବେଶ ଚର୍ଚ୍ଚା ହେଉଛି ।

ଓଲିଉଡ୍ ଷ୍ଟାର ଦମ୍ପତି ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ପୁଅ ବାବୁଶାନ ତାଙ୍କର ପିଲାଦିନର ସାଙ୍ଗ ତୃପ୍ତି ଶତପଥୀଙ୍କୁ ୨୦୧୪ରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ବାବୁଶାନ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଏବେ ପ୍ରକୃତିଙ୍କୁ ନେଇ ବିବାଦ ଘେରକୁ ଆସିଛନ୍ତି ।

Leave A Reply

Your email address will not be published.