Latest Odisha News

BREAKING NEWS

ଭାଇରାଲ ପୋଷ୍ଟମର୍ଟମ: କାହିଁକି ସୁଶାନ୍ତ ସିଂଙ୍କୁ ନେଇ ଚର୍ଚ୍ଚାରେ ରାହୁଲ ଗାନ୍ଧୀ ?

ଭୁବନେଶ୍ୱର: ରବିବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ବଲିଉଡର ଉଦୀୟମାନ କଳାକାର ସୁଶାନ୍ତ ସିଂ ରାଜପୁତ । ଅଭିନୟ ଜଗତରେ ଖୁବ କମ ଦିନରେ ନାଁ କମାଇ ଥିବା ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଅଗଣିତ ଫ୍ୟାନ୍ସ ଓ ପରିବାର ଲୋକେ । ଯେଉଁଠି ସ୍ବର୍ଗତ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ଅନେକ ଲୋକଙ୍କୁ ବ୍ୟଥିତ କରିଛି ସେଇଠି ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଦୁଖଃ ପ୍ରକାଶ କରିଛନ୍ତି ।

ତେବେ ଏପରି ସମୟରେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ଆମେ କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟକୁ ଉଲ୍ଳେଖ କରିବା ପାଇଁ ଉଦ୍ୟମ କରି ନାହୁଁ । ବରଂ ତାଙ୍କ ସହ ଜଡିତ ଏକ ମିଥ୍ୟା ଗୁଜବର ସତ୍ୟାସତ୍ୟ କୁ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛୁ ।

ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟର ପୋଷ୍ଟ ଭାଇରାଲ ହୋଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ପୋଷ୍ଟ ଅନୁଯାୟୀ ” ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।ସେ ଜଣେ ଯୁବ ଏବଂ ଦକ୍ଷ କ୍ରିକେଟର, ବହୁତ ଶୀଘ୍ର ଚାଲିଗଲେ । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ମୋର ସମବେଦନା”।

ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ କଂଗ୍ରେସ ନେତା ରାହୁଲଗାନ୍ଧୀଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ଏହି ଖବର ଟିମ ଭାଇରଲ ପୋଷ୍ଟମର୍ଟମ ଆଖିରେ ପଡିବା ପରେ ଆରମ୍ଭ ହୋଇଥିଲା ଛାନଭିନ । ପ୍ରଥମେ ରାହୁଲ ଗାନ୍ଧୀଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲକୁ ଯାଞ୍ଚ କରାଯାଇଥିଲା । ହେଲେ ସେଥିରେ ଜୁନ ୧୪ ତାରିଖରେ ରାହୁଲଙ୍କ ପେଜରୁ ଟ୍ୱିଟ୍ ହୋଇଥିବା ପୋଷ୍ଟ ସହ ଭାଇରଲ ହୋଇଥିବା ପୋଷ୍ଟର କୌଣସି ସାମଞ୍ଜସ୍ୟ ନଥିଲା ।

(ଦେଖନ୍ତୁ ଏହି ପୋଷ୍ଟଟିକୁ ଉପରଟି ଭାଇରଲ ହୋଇଥିବା ପୋଷ୍ଟ ଓ ତଳଟି ପ୍ରକୃତ ପୋଷ୍ଟ )

ଦୁଇଟି ପୋଷ୍ଟ ଦେଖିଲା ପରେ ସତ କ’ଣ ମିଛ କ’ଣ ଆପଣ ସ୍ପଷ୍ଟ ଜାଣି ପାରିଥିବେ। ଏକଥା ସତ ଯେ ରାହୁଲଙ୍କ ଅନେକ ବୟାନ ହାଷ୍ୟସ୍ପଦ । ହେଲେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ସେ କୌଣସି ପ୍ରକାର ଅଗ୍ରହଣିୟ ପୋଷ୍ଟ ଟ୍ୱିଟ କରି ନଥିଲେ ।

ନକଲି ନ୍ୟୁଜ୍ ପେଡଲରମାନେ ଡିଜିଟାଲ୍ ମନିପ୍ୟୁଲେସନ ବ୍ୟବହାର କରି ରାହୁଲଙ୍କ ପୋଷ୍ଟରେ ‘ଅଭିନେତା’କୁ‘ କ୍ରିକେଟର ’ରେ ବଦଳାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

Leave A Reply

Your email address will not be published.