ବୌଦ୍ଧିକତା ଓ ଓଡ଼ିଶା

ଠିକ ଯେପରି ଏଊଚ (ଘରୋଇ ଉତ୍ପାଦନ ସମୂହ) କୁ ମାନବ ବିକାଶର ଏକ ବ୍ୟାପକ ମାପ ବୋଲି କହିବା ଅନୁଚିତ, ଓଛ (ବୌଦ୍ଧିକ ସ୍ତର) କୁ ବୌଦ୍ଧିକତାର ଏକ ବିସ୍ତୃତ ପରିମାପ ଭାବରେ ଗ୍ରହଣ କରିବା ମଧ୍ୟ ଉଚିତ ନୁହଁ। ପୂର୍ବ ଶହେ ବର୍ଷରେ ମାନବ ଜାତିର ଓଛ ସାଧାରଣତଃ ପ୍ରତି ଦଶକରେ ତିନି ଅଙ୍କ ଅର୍ଥାତ ସମୁଦାୟ ତିରିଶ ଅଙ୍କ ବୃଦ୍ଧି ପାଇଛିଜ୍ଝ ୧୯୨୦ ତୁଳନାରେ, ଆମେ ସଭିଏଁ ଅଧିକ ଜ୍ଞାନୀ ଏବଂ ଆମର ମସ୍ତିଷ୍କର ଆକାର ଦ୍ବିପଦବିଶିଷ୍ଟ ବାନର ଅଷ୍ଟ୍ରାଲୋପିଥେକସ୍ (ମାନବ ପ୍ରଜାତିର ପ୍ରଥମ ବିକଶିତ ରୂପ)ଙ୍କ ସମୟରୁ ତିନିଗୁଣ ବୃଦ୍ଧି ପାଇଛି। ଆଜିକା ସମୟରେ ମାନବ ମସ୍ତିଷ୍କ ବ୍ୟବହୃତ କ୍ୟାଲୋରୀ ସଂଖ୍ୟାର ଏକପଞ୍ଚାମାଂସ ଉପଯୋଗ କରେ। ତା’ ଛଡ଼ା ଓଡ଼ିଶାରେ ସାମାଜିକ ଜୀବିକା ଓ ଚିନ୍ତାଧାରା ୯୦ ଦଶକରୁ ଉନ୍ନତିର ମାର୍ଗରେ ଅଛି। ସାମାଜିକ ଗତିଶୀଳତା ଦୃତ ଭାବେ ବଦଳୁଥିବା ଯୋଗୁ ଜ୍ଞାନଗତ ଚାହିଦାକୁ ମଧ୍ୟ ପ୍ରୋତ୍ସାହନ ମିଳିଛି। ୩୦-୪୦ ବର୍ଷୀୟ ଲୋକଙ୍କ ପାଇଁ ଶିକ୍ଷା ଅନୁଷ୍ଠାନମାନଙ୍କର ଅଭୂତପୂର୍ବ ଅଭିବୃଦ୍ଧି, ଜନସେବାର ବଢୁଥିବା ସୁଲଭତା, ବ୍ୟୟ ଯୋଗ୍ୟ ଆୟର ତ୍ୱରାନ୍ୱିତ ବୃଦ୍ଧି, ଅନିୟନ୍ତ୍ରିତ ଗ୍ରାହକତା, ଏବଂ ଇଣ୍ଟର୍ନେଟର ବିସ୍ତାର ଜଗତର ସୂଚନା ପ୍ରବାହ ଓ ତାର ଉପକାରିତାକୁ କଳ୍ପନାର ସୀମା ଆଗକୁ ନେଇ ଯାଇଛି। କିନ୍ତୁ ସୂଚନାର ଉପକାରିତା ମୁଖ୍ୟତଃ କ୍ଷଣସ୍ଥାୟୀ ଉପଯୋଗିତା ଥିବା ଉତ୍ପାଦ ଓ ସେବାଗୁଡିକ ସହ ଯୋଡି ହେଇଛି। ଆସୁଥିବା ନୂଆ ଉତ୍ପାଦ ଏବଂ ତା’ ସଂଗେ ଆସୁଥିବା ନୂଆ ସୂଚନା ଧାରାର ସ୍ଥିତି ଏପରି ଯେ ସମୟ ପୂର୍ବରୁ ଏହା ଶେଷ ହେଇଯାଏ। ଏହା ହେଉଛି ଗ୍ରାହକତାର ଏକମାତ୍ର ଆକର୍ଷଣ। ୩୦ ବର୍ଷ ତଳର ଯୁବକମାନେ ସେଇ ଆକର୍ଷଣରେ ପ୍ରତିମୂହୁର୍ତ ଇତସ୍ତତଃ ମୁଗ୍ଧ ହେଇରହିଥାନ୍ତି। କିନ୍ତୁ ଆମର ଆବଶ୍ୟକତା ହେଉଛି ନିଜର ମୂଳ ଚିନ୍ତାଧାରାର ଅଭିବ୍ୟକ୍ତି ଏବଂ ବୌଦ୍ଧିକତା। ଓଡ଼ିଶାର ଭବିଷ୍ୟତ ବୈଜ୍ଞାନିକ, ଗବେଷକ, କଳାକାର ଏବଂ ଦାର୍ଶନିକଙ୍କୁ ନେଇ ଗଢି ଉଠିବା କଥା।

ଅର୍ଧ ଶତାବ୍ଦୀରୁ ଅଧିକ ପାଇଁ ସଚ୍ଚି ରାଉତରାୟ, ମନୋଜ ଦାସ, ରମାକାନ୍ତ ରଥ,ସୀତାକାନ୍ତ ମହାପାତ୍ର, ଜଗନ୍ନାଥ ପ୍ରସାଦ ଦାସ, ଦେବଦାସ ଛୋଟରାୟ, ହରପ୍ରସାଦ ଦାସ, ବୀଣାପାଣି ମହାନ୍ତି, ପ୍ରତିଭା ରାୟ ଭଳି ବ୍ୟକ୍ତିତ୍ଵମାନେ ଓଡ଼ିଆ ସାହିତ୍ୟର ମାର୍ଗଦର୍ଶକ ହୋଇ ରହିଛନ୍ତି। ଓଡ଼ିଆ ଲେଖନୀର ମୁଖ୍ୟ ଶୈଳୀରେ ପରିବର୍ତ୍ତନର ଅଭାବ ଦେଖା ଦେଇଛି। ତେବେ କ’ଣ ଆମେ ଚିନ୍ତା କରିବା ବନ୍ଦ କରି ଦେଇଛେ? ଅଖିଳ ପଟନାୟକ, ନନ୍ଦିନୀ ଦେବୀଙ୍କ କ୍ଷୁଦ୍ର ଓ ଚିତ୍ତାକର୍ଷକ ଲେଖନୀ ଶୈଳୀ ଏବଂ ଅନୁବାଦ ଗୁଡିକର ଚେଷ୍ଟା ରହିଥିଲା ଏକ ନୂଆ ଶୈଳୀର ସ୍ଥାପନା ପାଇଁ। ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ପାଞ୍ଚାଳୀଙ୍କ ଆତ୍ମଚରିତ୍ରକୁ ଏକ ନୂତନ ଦୃଷ୍ଟିକୋଣରୁ ଦର୍ଶା ଯାଇଛି ଏବଂ ଏହା ଦେଶରେ ଖୁବ ଯଶ ଲାଭ କରିଛି। ଜୟନ୍ତ ମହାପାତ୍ର ଇଂରାଜୀ କବିତା ଲେଖିବାରେ ହେଉଛନ୍ତି ଏକକ। କିନ୍ତୁ ଓଡ଼ିଆ ସାହିତ୍ୟ ପ୍ରାୟତଃ ଆଞ୍ଚଳିକ ଓ ନିଜର ଅସ୍ତିତ୍ଵରେ ଡୁବି ରହି ଅପ୍ରାକୃତିକ ଶୈଳୀର ପ୍ରଭାବରେ ଦିନ ଦିନକୁ ପୁରୁଣା ହେଇଚାଲିଛି। କୋଣାର୍କ ହେଉଛି ଆମ ଗୌରବର ସ୍ତମ୍ଭ, ଏହା ଆମ ଚିନ୍ତା, ଲେଖନୀ ଓ ପୃଷ୍ଠଭୂମିକୁ ପ୍ରେରଣା ଦେଇ ଦ୍ୱାଦଶ ଶତାବ୍ଦୀରୁ ଓଡ଼ିଆ ଜାତିର ବିଶେଷ ସେବାରେ ଲାଗି ଆସିଛି। ସମୟ ଆସିଛି କୋଣାର୍କକୁ ଆମର ବୋଝରୁ ମୁକ୍ତି ଦେବାକୁଟ୍ଟ ନଚେତ ଏହା ନିଜର ପ୍ରେରଣାଦାୟୀ ଶକ୍ତି ହରାଇବଜ୍ଝ ଚଳଚିତ୍ରଜଗତ ବାହାରେ ଯେଉଁ ଲଘୁସଂଗୀତ ବୋଲି କୁହାଯାଉଥିବା ଆଲବମ ବା ପୂଜା ସମୟରେ ବାହାରୁଥିବା ଗୀତ ଖୋକା ଭାଈଙ୍କ ଚାଲିଗଲା ପରେ ପ୍ରାୟ ଶୁଣିବାକୁ ମିଳୁ ନାହିଁଜ୍ଝ କାଦମ୍ବିନୀକୁ ଛାଡିଦେଲେ ଅନ୍ୟ ସମସ୍ତ ସାହିତ୍ୟ ପତ୍ରିକା, ଏପରିକି ସ୍ୱନାମଧନ୍ୟ ‘ଝଙ୍କାର’ ମଧ୍ୟ ଛପା ହେବା ବନ୍ଦ ହେଇଯାଇଛିଜ୍ଝ ବାକି ଯେତକ ପତ୍ରିକା ରହିଯାଇଛି କେବଳ ପୂର୍ବ ଗୌରବର ସ୍ମୃତିଚିହ୍ନ ମାତ୍ରଜ୍ଝ କଲେଜ ନିର୍ବାଚନରେ ନିଜର ବ୍ୟକ୍ତିତ୍ବ ଓ ବିଚାରଧାରାର ଆଧାରରେ ନିର୍ଧାରିତ ପଦ ପାଇଁ ନିଜର ଯୋଗ୍ୟତାର ବ୍ୟାଖ୍ୟା ଦେବା ଲୋକଙ୍କର ମନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ହେଇ ଆଉ ରହି ନାହିଁଜ୍ଝ ଦିନ ଥିଲା ଯୁବନେତା ସବୁ ଘୋଷଣାପତ୍ର ଧରି ଦମ୍ଭର ସହ ମାଡି ଆସୁଥିଲେ। ପ୍ରତୀକାତ୍ମକ ୟୁ.ଏନ୍. ଆସେମ୍ଲି ଗୁଡିକ ହେଉଛି ଉଚ୍ଚସ୍ତରର ନେତୃତ୍ୱ ଅନୁକରଣ ପାଇଁ ଅଳ୍ପ କିଛି ସମୃଦ୍ଧ ବିଦ୍ୟାଳୟରେ ଉପଲବ୍ଧ କାର୍ଯ୍ୟକ୍ରମ ଏଇ ସୁବିଧାର ହିତାଧିକାରୀଙ୍କ ସଂଖ୍ୟା ଆଙ୍ଗୁଳିରେ ଗଣିହେବ। ୩୫ ବର୍ଷରୁ କମ ବୟସର ଲୋକେ କେବଳ ସୋସିଆଲ ମିଡ଼ିଆର ପ୍ରଭାବରେ ରହି ନିଜର ଚିନ୍ତାଧାରା ଗଠନ କରୁଛନ୍ତି। ଅନ୍ୟ କୌଣସି ମିଡ଼ିଆ ବା ସ୍ରୋତ ତାଙ୍କ ପାଖକୁ ପହଞ୍ଚେ ନାହିଁ। ନିଜର ଦୁନିଆରେ ନିଜେ ସେ ମଗ୍ନ। ଏଲିଜ୍ ବୋଲଡିଂ, ଜଣେ ସମାଜ ବିଜ୍ଞାନୀ, କହିଥିବା କଥା ଆଜି ଆମ ପରିସ୍ଥିତିକୁ ବହୁତ ଭଲ ଭାବରେ ବୁଝାଏ। “ଯଦି କେହି ବର୍ତ୍ତମାନ ବିଷୟରେ ଚିନ୍ତିତ ରହି ନିଜର ଚିନ୍ତାଶକ୍ତିକୁ କ୍ଲାନ୍ତ କରିଦିଏ, ତା’ ପାଖରେ ଭବିଷ୍ୟତର କଳ୍ପନା ପାଇଁ ଟିକିଏ ମାତ୍ର ଶକ୍ତି ରହିବ ନାହିଁ।  ଏବେ ସେ କଳ୍ପନା କେଉଁଠି ଅଛି?

ଆମେ ଏକ ଅଦ୍ଭୁତ ସମୟ ଦେଇ ଗତି କରୁଛେ। ବେଳେ ବେଳେ ଲାଗେ ଯେ ଏହା ହିଁ ସର୍ବୋତ୍ତମ, କିନ୍ତୁ ତାର ଉପାଦାନଗୁଡିକୁ ଉଣ୍ଡାଳି ଦେଖିଲେ ଜାଣିହୁଏ ଯେ ପ୍ରତିଟି ଉପାଦାନର ଅବଧି କମି କମି ଯାଉଛି। ଏହି ସ୍ୱଳ୍ପକାଳୀନତା ବିଷାକ୍ତ ଅଟେ। ପରବର୍ତ୍ତୀ ପିଢି ମାନେ ଏହି କ୍ଷଣଭଙ୍ଗୁରତାକୁ ଦେଖିବାକୁ ଅସମର୍ଥ। ସେମାନେ କ୍ଷଣସ୍ଥାୟୀ ମୁହୂର୍ତ୍ତରେ ମଗ୍ନ ରହି ନିଜ ସମୟକୁ ଲୁପ୍ତ କରିଦିଅନ୍ତି। ଆମ ପରି ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ନିଜର ଉତ୍ତରାଧିକାରୀଙ୍କ ପାଇଁ ଆମ ଧାରଣାରେ ଗଢ଼ା ଭବିଷ୍ୟତର ଏକ ପରିକଳ୍ପନା ଛାଡି ଯିବାକୁ ହେବ। ତେବେ ଯାଇ ଏହା ତାଙ୍କର ଓ ଭବିଷ୍ୟତ ପିଢ଼ିର ଉଦ୍ଦେଶ୍ୟ ସଫଳ ହେବ।

ଓଡ଼ିଶାରେ ବୌଦ୍ଧିକତା ୧୯୮୦ ଦଶକ ପରେ ସ୍ଥାୟୀ ଭାବେ ବଢ଼ି ପାରି ନାହିଁ। କ’ଣ ଆମର ପରିକଳ୍ପନା ଓ ଚିନ୍ତନରେ ବାଧା ସୃଷ୍ଟି ହେଉଛି କି?
ଆଜିକା ଦିନରେ ଓଡ଼ିଶାରେ ଅନେକ ପ୍ରାବଧାନ ରହିଛି ଯେପରିକି କବିତା ପାଇଁ ଅନଲାଇନ ପୋର୍ଟାଲ, ଗଳ୍ପ ବକ୍ତୃତା ଅଧିବେଶନ, ସାହିତ୍ୟକୁ ଜୀବନ ସମର୍ପିତ କରୁଥିବା ଅଣଅମଲା ଲୋକ, ପ୍ରସିଦ୍ଧ ଲେଖକ ଓ ଚିନ୍ତକଙ୍କ ଯିବା ଆସିବା ଲାଗି ରହିବା, ଇଣ୍ଟରନେଟ ଯୋଗୁ ଖରିଆରରୁ ନେଇ ଭୁବନେଶ୍ୱର ଯାଏଁ ସୂଚନାର ସମାନ ଉପଲବ୍ଧତା। ଅଧିକାଂଶ ଲୋକ ଏ ସୁବିଧା ଗୁଡିକୁ ବ୍ୟବହାର କରୁଛନ୍ତି। କିନ୍ତୁ ପୂର୍ବ ସମୟ ଭଳି ବଲାଙ୍ଗୀର, ଆସ୍କା, ରାୟଗଡା, ନୀଳଗିରି, ଭବାନୀପାଟଣା, ମାଲକାନଗିରି, ଭଣ୍ଡାରିପୋଖରୀ ଭଳି ଜାଗାରେ ବିଶିଷ୍ଟ ନାଗରିକଙ୍କର ସଂଧ୍ୟାବେଳା ଖଟିର ତାତ୍ପର‌୍ୟ୍ୟ ଅଲଗା ଥିଲା। ସେଥିରେ ଅନ୍ତର୍ଭୁକ୍ତ ଥିଲା ସ୍ଥାନୀୟ କାହାଣୀ, ରାଜ୍ୟର ରାଜନୈତିକ ନାଟକ, ସ୍ଥାନୀୟ କଲେଜ ରାଜନୀତି ଏବଂ ବିକାଶର ଅବସ୍ଥା ଉପରେ ତୀବ୍ର ବାର୍ତ୍ତାଳାପ। ସେପରି ଖଟି ରୋଟାରୀ ବା ଲାୟନ୍ସର ନିର୍ଦ୍ଧିଷ୍ଟ କରାଯାଇଥିବା ସଦସ୍ୟ ସଭାକୁ ଛାଡିଦେଲେ ଆଉ ଦେଖିବାକୁ ମିଳେନାହିଁ।

ଯଦିଓ ଆମେ ସଭିଏ ସୋସିଆଲ ମିଡ଼ିଆରେ ବିଭିନ୍ନ ପୋଷ୍ଟ ବା ଭିଡ଼ଓ ଦେଖିବାରେ ଦିନସାରା ମାତି ଥାଉ, ମାତ୍ର ଆମେ ଟିକେ ହେଲେ ନିଜର ବାସ୍ତବତା ବିଷୟରେ ଚିନ୍ତା କରୁ ନାହିଁ। କେବେ ଯେ ମୁଁ ପୂର୍ବଥର ଚିନ୍ତନରେ ଡୁବି ରହିଥିଲି? ଏହି ଚିନ୍ତନ ମୋର ନିତିଦିନିଆ ଆବଶ୍ୟକତା ବିଷୟରେ ଚିନ୍ତା କରିବା ଠାରୁ ଭିନ୍ନ। ରାଜ୍ୟରେ ଯୁବନେତା ବା ପ୍ରସିଦ୍ଧ ଜ୍ଞାନୀ ମାର୍ଗଦର୍ଶକଙ୍କ ଅଭାବ ଦେଖାଯାଉଛି। ଚିନ୍ତନକୁ ପ୍ରୋତ୍ସାହନ ଦେବା ଉପରେ ଲୋକଙ୍କ ଧ୍ୟାନ ଆଉ ରହି ନାହିଁ। ଓଡ଼ିଶାର ଲୋକଙ୍କ ଭିତରେ ଈର୍ଷାପରାୟଣ ବ୍ୟକ୍ତିଗତ ଗୁଣ ରହିଛି। ଲୋକ ନିଜକୁ ମିତଭାଷୀ ବା ଅନ୍ତର୍ମୁଖୀ ବୋଲି କୁହନ୍ତି କିନ୍ତୁ ତାହା ଏକ ଦୁର୍ବଳତା ନୁହଁ। ଆମ ଶାନ୍ତିଶୀଳ ସ୍ବଭାବ ଆମକୁ ଦୁନିଆ ସହ ଆମରି ସର୍ତରେ ଯୋଡି ରହିବାକୁ ଦିଏ। ମୁଁ ଅନେକ ସଫଳ ଓଡ଼ିଆ ଲୋକଙ୍କ ସହ କଥା ହେଇ ଦେଖିଛି ଯେ ସେମାନେ ଶାନ୍ତ ହେଇ, ଟିକେ ଲାଜ କରି, ବହୁତ ସାଧା ଭାବରେ କଥା ଆରମ୍ଭ କରନ୍ତି। ଏହି ସରଳତା ହେଉଛି ଆମର ଶକ୍ତି। ଆମ ସୌଜନ୍ୟ ଓ ସରଳ ଆଚରଣ ଆମ ପାଇଁ ଏକ ଆଶୀର୍ବାଦ। ଏପରିକା ଆଶୀର୍ବାଦ ବୋଧହୁଏ ଦୁନିଆରେ ଅନ୍ୟତ୍ର ବିରଳ। ଏହା ଆମର ବହୁମୂଲ୍ୟ ଆଜନ୍ମ ସମ୍ପତ୍ତି। ବୋଧହୁଏ ନିର୍ମାୟାଓଡ଼ିଆ ହେଉଛି ଏଇ ଆଶୀର୍ବାଦର ଏକ ସଠିକ ଉଦାହରଣ। ଆମର ଭକ୍ତି ଆମକୁ ଦୁନିଆର ବିଭିନ୍ନ ମୋହ ମାୟା ଓ ଜାଲ ଜଞ୍ଜାଳରୁ ବଞ୍ଚେଇ ରଖିଛି। ବୁଦ୍ଧିଜୀବୀ ହେବା ପାଇଁ ଥିବା ଆମର ପ୍ରାକୃତିକ ଦକ୍ଷତାର ସଠିକ ଉପକରଣ ହୋଇ ପାରି ନାହିଁ। ବୁଦ୍ଧିଜୀବୀ ହେବା ପାଇଁ ସମସ୍ତ ପ୍ରାବଧାନ ଅଧିକାଂଶ ଲୋକଙ୍କ ପାଖେ ଥାଉ ଥାଉ, ଏ ପରିସ୍ଥିତି ଉପୁଜିଛି କାହିଁକି? କୁହାଯାଏ ଓଡ଼ିଆ ବାହାରକୁ ଗଲେ ଖୁବ ଉନ୍ନତି କରନ୍ତି। କାହିଁକି? କାରଣ ବାହାରେ ତାଙ୍କୁ ‘ନିର୍ମାୟା ଓଡ଼ିଆ’ ଦକ୍ଷତାର ବିଭିନ୍ନ ପ୍ରକାରର ପ୍ରୟୋଗ କରିବା ପାଇଁ ଏକ ଉପଯୁକ୍ତ ପରିବେଶ ମିଳେ। ଓଡ଼ିଶାରେ କେହି କୋଟିପତି ନ ରହିଲେ ବା ଜୀବନଯାପନର ସହଜତା ଯଦି କେବଳ ଝଏଊଚ (ରାଜ୍ୟ ଘରୋଇ ଉତ୍ପାଦନ ସମୂହ) ରେ ମପା ହୁଏ ତାହା ମୋ ପାଇଁ ନିରାଶାର କାରଣ ନୁହେଁ। ଜୀବନଧାରଣର କୌଶଳ ମାପି ନେବା ପାଇଁ କୌଣସି ଝଏଝଝ (ରାଜ୍ୟ ଜୀବନଧାରଣ କୌଶଳ ସମୂହ) ନାମକ ପଦ୍ଧତି ନାହିଁ ଓ ଜୀବନଯାପନ ପାଇଁ ପ୍ରାୟତଃ ଯେଉଁ କୌଶଳ ଓ ଦକ୍ଷତା ଦରକାର ହୋଇଥାଏ, ଆମେ ତାର ଭଣ୍ଡାର ହୋଇ ମଧ୍ୟ ଅଚିହ୍ନା ହୋଇ ରହିଛୁ। ମୋ ମତରେ ବୌଦ୍ଧିକତା ଓ ଜାତୀୟତାର ମିଶ୍ରଣ ଏଇ ପରିସ୍ଥିତିକୁ ସୁଧାରିବା ପାଇଁ ଏକ ଉତ୍ତମ ଉପାୟ।

ଓଡ଼ିଶାରେ ବୌଦ୍ଧିକତାର ଅନୁଷ୍ଠାନିକରଣ ହେଇପାରିବ କି?

ଓଡ଼ିଆ ଯୁବ ପିଢି କଥାବାର୍ତ୍ତା ପାଇଁ ହିନ୍ଦୀ ଓଡ଼ିଆ ଏବଂ ଇଂରାଜୀର ଏକ ଅଦ୍ଭୁତ ମିଶ୍ରଣ ବ୍ୟବହାର କରନ୍ତି। ପିଲା ‘କୁଲ’ ହେଇରହିଥିବା ଯାଏଁ ବାପା ମା’ଙ୍କ ଚିନ୍ତା ନାହିଁ। ଏଇ ‘କୁଲ’ ରହିବାର ଇଚ୍ଛାରେ ପିଲାମାନେ ନିଜ ମାତୃଭାଷାକୁ କ୍ଷତି ପହଞ୍ଚାଇପାରନ୍ତି ଏବଂ ଏହା ହିଁ ବୌଦ୍ଧିକତା ପାଇଁ ଏକ ଅଭିଶାପ।

୧୯୫୦ ଦଶକ ରେ ସ୍ବର୍ଗତ ଡ଼. ମହତାବ ଏକ ବିଷୁବ ମିଳନ ଆୟୋଜିତ କରିଥିଲେ। ଓଡ଼ିଶାର ଜଣାଶୁଣା ବୁଦ୍ଧିଜୀବୀ ଓ ଯୁବ ଲେଖକ ଏବଂ ଚିନ୍ତାନାୟକଙ୍କ ଏକତ୍ରିକରଣ ପାଇଁ ଏକ ମଣ୍ଡଳୀ ଗଠିତ ହୋଇଥିଲା। ଯୁବକ ଓ ଯୁବତୀ ମାନଙ୍କୁ ମାନ୍ୟତା ଦିଆଯାଉଥିଲା ଏବଂ ତାଙ୍କ ପ୍ରଚାର ମଧ୍ୟ କରାଯାଉଥିଲା। ତେଣୁ ଏହା ଏକ ଆକର୍ଷଣୀୟ ଉତ୍ସବ ରୂପେ ପରିଣତ ହେଲା ଏବଂ ଗୁଣାତ୍ମକ ଲେଖା ଓ ଚିନ୍ତାଧାରାର ଏକ ମାନଦଣ୍ଡ ସ୍ଥିର କରିଥିଲା। ଅନେକ ବର୍ଷ ବିତିଗଲାଣି କିନ୍ତୁ ସେପରି ଦ୍ବିତୀୟ କୌଣସି ପ୍ରୟାସ କରାଯାଇନାହିଁ। ଅବଶ୍ୟ ସାହିତ୍ୟିକ ଉତ୍ସବର ସଂଖ୍ୟା ବଢ଼ି ବଢ଼ି ଚାଲିଛି କିନ୍ତୁ ସେଥିରେ ପ୍ରାୟତଃ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯାଏ। ଆଶ୍ଚର‌୍ୟ୍ୟର କଥା ନୁହେଁ ଯେ ସେ ମୁଖ୍ୟତଃ ଅନ୍ୟ କେଉଁ ରାଜ୍ୟରୁ ଆସିଥାନ୍ତି। ସୋନପୁରର ଜଣେ ଯୁବ ଲେଖକ ପାଇଁ ଉତ୍ସବ ସ୍ଥାନରେ ଜାଗା ନାହିଁ। ସ୍ଥାନଟି ଭୁବନେଶ୍ୱରର ଗୋଟେ ୫ ଷ୍ଟାର ହୋଟେଲରେ ନିର୍ଦ୍ଧାରିତ ହେଇଥିବ। ଏହା ସ୍ପଷ୍ଟ କରିଦିଏ ଯେ ଉତ୍ସବରେ କେଉଁ ଶ୍ରେଣୀର ଲୋକଙ୍କୁ ନିମନ୍ତ୍ରଣ ଦେବାର ଚାହିଦା ରହିଛି। ଏହି ମଲ୍ଟିବ୍ରାଣ୍ଡ ଉତ୍ସବ ଗୁଡିକର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭିନ୍ନ ଏବଂ ରାଜ୍ୟର ବୌଦ୍ଧିକ ଅଭିବୃଦ୍ଧିରେ କୌଣସି ସହଯୋଗ କରିନଥାଏ। ଉତ୍ସବ ପରିଚାଳନା ଓ ଆତିଥ୍ୟ ବ୍ୟବସାୟ ପାଇଁ ଏହା ଭଲ ହୋଇଥାଇ ପାରେ। ପ୍ରଜାତନ୍ତ୍ରରେ ପ୍ରକାଶ ପାଉଥିବା “ଗାଁ ମଜଲିସ” ଯେବେଠୁ ଛପା ହେବା ବନ୍ଦ ହେଇଛି ତା’ପରଠୁ ପ୍ରତି ସକାଳ ରାଜ୍ୟକୁ ଉତ୍ତେଜିତ କରି ବିଚାର କରିବାକୁ ବାଧ୍ୟ କରିବା ପରି ଶାଣିତ ଓ ଉତ୍ସାହଜନକ କଟାକ୍ଷ ଦେଖିବାକୁ ମିଳିନାହିଁ। ଖବରକାଗଜ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି କିନ୍ତୁ ଲୋକପ୍ରିୟ ହେଉଥିବା କାର୍ଟୁନ ବା ଛବିର ପ୍ରକାଶନ ନାହିଁ କହିଲେ ଚଳେ। ବର୍ତ୍ତମାନ ସେଠାରେ ପୂର୍ବ ସମୟ ଅପେକ୍ଷା ବେଶି ସଂଖ୍ୟାରେ ତାଲିମପ୍ରାପ୍ତ ସାମ୍ବାଦିକ ଏବଂ ସୃଜନଶୀଳ ପ୍ରତିଭା ଅଛନ୍ତି। ପତ୍ରକରିତା ଓ ଜନ ଯୋଗାଯୋଗ ପାଇଁ ଢେଙ୍କାନାଳର ଓଓଗଉ ଭଳି କେତେକ ନୂଆ ଅନୁଷ୍ଠାନ ଗଠନ ହେଉଛି। ଖବରକାଗଜ ଓ ଇ-ଖବରକାଗଜରେ ନୀତି କିମ୍ବା କାର‌୍ୟ୍ୟକାରିତାର ସମସ୍ୟା ସମ୍ବନ୍ଧୀୟ ବିଶ୍ଳେଷଣାତ୍ମକ ଲେଖା ପ୍ରକାଶ ପାଏ ନାହିଁ। ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ପାଇଁ କେହି ନାହାନ୍ତି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ବିଶ୍ଵବିଦ୍ୟାଳୟରେ ଚିନ୍ତନ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ରହିବା ଉଚିତ।

ଓଡ଼ିଶାର ନବନିର୍ମାଣ ଗଠନ ପାଇଁ ଚିନ୍ତନର ଅନୁଷ୍ଠାନିକରଣ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ:

ଆମ ଜନଜାତି ଏବଂ ଜାତି ଉପରେ ଲେଖା ପ୍ରବନ୍ଧଗୁଡ଼ିକ ଆଦିବାସୀ ଏବଂ ଅଳ୍ପସଂଖ୍ୟକ ଲୋକଙ୍କ ବାବଦରେ ନୃତାତ୍ତ୍ୱିକ ଅଧ୍ୟୟନ ଛଡା ଆଉ କିଛି ନୁହେଁ। ଯେଉଁପରି ଇଂରାଜୀ ବ୍ୟବହୃତ ହୁଏ ତାହା ବିଷୟବସ୍ତୁ ଅପେକ୍ଷା ଲେଖକଙ୍କୁ ଅଧିକ ବର୍ଣ୍ଣନା କରେ। ଦୁର୍ବୋଧ୍ୟ ଓ ଅସ୍ପଷ୍ଟ ଇଂରାଜୀରେ ଲେଖି ବିଦ୍ୱାନମାନଙ୍କ ଭିତରେ ନିଜର ସର୍ବୋଚ୍ଚତା ପ୍ରମାଣ କରିବା ଚେଷ୍ଟାରେ ମାତିଥାନ୍ତି ଏପରି ଲେଖକ। ଆମ ପ୍ରଭୁ ଜଗନ୍ନାଥଙ୍କ ଉପରେ ଥିବା ଲେଖା ମଧ୍ୟ ଅଯଥାରେ ଜଟିଳ ମନେ ହୁଏ। ଓଡ଼ିଆ ହେଉ କିମ୍ବା ଇଂରାଜୀ, ଲେଖକ ଠାରୁ ଅଧିକ ମହତ୍ଵପୂର୍ଣ୍ଣ ହେଉଛି ତାର ଲେଖା। ସେଇପରି ବୌଦ୍ଧିକତା ବୁଦ୍ଧିଜୀବୀ ଠାରୁ ଅଧିକ ଗୁରୁତ୍ଵ ରଖିଥାଏ। ଅଂଶଗୁଡ଼ିକ ତୁଳନାରେ ରାଶି ଅଧିକ।

ସଫଳ ବରିଷ୍ଠ କଳାକାରମାନଙ୍କ ଦ୍ୱାରା ସ୍ଥାପିତ ପ୍ରାୟ ୨-୩ଟି କଳା ଭିତ୍ତିଭୂମି ଓଡ଼ିଶାରେ କାର‌୍ୟ୍ୟକ୍ଷମ। ଦିନନାଥ ପାଠୀ, ଯତୀନ ଦାସ, ଜଗନ୍ନାଥ ପଣ୍ଡା ବିଭିନ୍ନ ଅନୁଷ୍ଠାନ ଗଢ଼ିଛନ୍ତି କିନ୍ତୁ ସେ ଅନୁଷ୍ଠାନ ଗୁଡିକୁ ଏବେ ଅଧିକ ସମର୍ଥନର ଆବଶ୍ୟକତା ରହିଛି। ସେଠାରେ ଅନ୍ତଃବାସୀ ହେବା ଓଡ଼ିଶାର ସମସ୍ତ ଜିଲ୍ଲାର ପ୍ରତିଭାଶାଳୀ ଯୁବକଯୁବତୀଙ୍କ ପାଇଁ ନିଜ ଚିନ୍ତାଧାରାର ଅଭିବୃଦ୍ଧି ନିମନ୍ତେ ଏକୁ ଉତ୍ତମ ସୁଯୋଗ। କଟକ, ଖୋର୍ଦ୍ଧା ଓ ପୁରୀକୁ ଛାଡି ମଧ୍ୟ ଓଡ଼ିଶାରେ ଆଉ ୨୭ଟି ଜିଲ୍ଲା ଅଛି। ଏ ସବୁ ଜିଲ୍ଲାର ପ୍ରତିଭାଶାଳୀ ଲେଖକଙ୍କୁ ଲୋକପ୍ରିୟ ପ୍ରକାଶନରେ ଜାଗା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶୀ ହେଉଛି ଆମର ଏକ ସର୍ବବ୍ୟାପୀ ପରିଚୟ। ଏଇ କ୍ଷେତ୍ରରେ ମଧ୍ୟ ଏକ ନବୀକରଣ ଆବଶ୍ୟକ। ୧୯୮୬ ମସିହାରେ ସ୍ଥାପିତ ଓଡ଼ିଶୀ ଗବେଷଣା କେନ୍ଦ୍ର ଆଜି ଉତ୍ସବ ଆୟୋଜନ କେନ୍ଦ୍ରରେ ପରିଣତ ହେଇ ସାରିଛି। କେନ୍ଦ୍ରଟି ଏକ ସୁବିଧାଜନକ ସ୍ଥାନରେ ଥିବା ଯୋଗୁ ବା ଅତି ନିମ୍ନ ଭଡାରେ ଉପଲବ୍ଧ ଥିବାରୁ ଏକ ପ୍ରକାରର ଲୋକପ୍ରିୟ ଉତ୍ସବର ଆୟୋଜନ ପାଇଁ ସଂରକ୍ଷିତ ହେଇରହିଛି। ବିନା କୌଣସି ଗବେଷଣା ବା ସୂଚନା ସଂରକ୍ଷଣରେ ଓଡ଼ିଶୀରୁ ପ୍ରେରଣା ନେଇ ଚାଲିବା କଣ ଆମର ସ୍ୱାର୍ଥପରତାକୁ ଦର୍ଶାଏ ନାହିଁ? ଓଡ଼ିଶୀର ନୂତନ ଶୈଳୀ ଏବଂ ଉପସ୍ଥାପନା ଉପରେ କିଏ ଗବେଷଣା ଓ ଅନୁସନ୍ଧାନ କରୁଛି? ପଦ୍ମ ପୁରସ୍କାର ପାଇବା ପାଇଁ ଏହା ଏକ ମାଧ୍ୟମ ସ୍ତରକୁ ଖସି ଆସିଛି।

ବର୍ତ୍ତମାନ ସମୟରେ ଆମର ଭଡା ଅର୍ଥନୀତିରୁ ଏକ ଅନୁଭୂତିହୀନ କଳାପ୍ରେମୀ ପ୍ରଜାତିର ଜନ୍ମ ହେଇଛି। ପ୍ରୟୋଜକଙ୍କ ଆର୍ଥିକ ସହାୟତା ଜଣଙ୍କୁ ଅନଭିଜ୍ଞରୁ ବିଶେଷଜ୍ଞରେ ପରିଣତ କରିବା ପାଇଁ ଏକ ନୂଆ ପ୍ରୟୋଗ କିନ୍ତୁ ଏହା ଏକ ବିଶ୍ଵବ୍ୟାପୀ ଘଟଣା। ଏହି ଅର୍ଥକୁ ଆମେ ଆମର କଳା ତଥା କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟବହାର କରିବା ଉଚିତ। ସଂସ୍କୃତିକୁ ବଜାରରେ ବିକ୍ରି ନକରି ଏହି କାମ କରିବାକୁ ହେବ।

ଆମେ ଆମର ବୌଦ୍ଧିକତାର ଶିଖର ଛୁଇଁବାକୁ ଯାଉଛୁ ନା ଛୁଇଁ ସାରିଛୁ? ବିଶ୍ବସ୍ତରରେ ଏକ ବିପରୀତ ଧାରା ଚାଲିଛି। ଫିନଲ୍ୟାଣ୍ଡ, ନରୱଏ, ଡେନମାର୍କ ପରି ଦେଶରେ ଓଛ କମି କମି ଯାଉଛି। ଓଡ଼ିଶାରେ ସାମାଜିକ ସ୍ଥିରତା, ଅନୁଷ୍ଠାନିକ ସୁଯୋଗ, ଏକ ସମୃଦ୍ଧ ସଂସ୍କୃତିର ଇତିହାସ ଥାଇ ମଧ୍ୟ ଆମେ ଉଦ୍ଭାବନ ଓ ପ୍ରେରଣାତ୍ମକ ଲେଖାରୁ ବଞ୍ଚିତ। କଥାରେ ଅଛି କୌଣସି ବିଚାର ଏକ ମୂଳଧାରଣା ନୁହେଁ କିନ୍ତୁ ଆମେ ସୃଜନାତ୍ମକ ଓ ବୌଦ୍ଧିକ ସ୍ତରରେ ଉଦ୍ୟୋଗୀ ନିଶ୍ଚୟ ହୋଇପାରିବା। କବିତା, ସାହିତ୍ୟ, ରାଜନୈତିକ ବିଶ୍ଳେଷଣ, ସିନେମା ଉତ୍ପାଦନ, ବୈଜ୍ଞାନିକ ଆବିଷ୍କାର ଏବଂ ଆମର ସମସ୍ତ ଚିନ୍ତାଧାରାକୁ ନୂତନ ଭାବେ ପ୍ରଦର୍ଶନ କରିପାରିବା।

ଏଠାରେ ଆମକୁ ସ୍ପଷ୍ଟ କରିବାକୁ ପଡିବ ଯେ କେବଳ ଓଛ ବୌଦ୍ଧିକତାର ମାପ ନୁହେଁଜ୍ଝ ଉଚ୍ଚ ଓଛ ଥିବା ଜଣେ ବୁଦ୍ଧିମାନ ବ୍ୟକ୍ତି ପ୍ରଶ୍ନ ପଚାରି, କୌତୁହଳର ଉତ୍ତର ଖୋଜି ନିଜ ବିଚାରଧାରାର ବିକାଶ କରିବାର କ୍ଷମତା ରଖିଥାଏ। ଏ ପ୍ରକ୍ରିୟା ପାଇଁ ଚିନ୍ତନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ବୁଦ୍ଧିଜୀବୀମାନଙ୍କ ଉପରୋକ୍ତ ସମସ୍ତ କାର‌୍ୟ୍ୟ କରିବା ସହ ସୂଚନା ବିସ୍ତାର କରିବା ନିମନ୍ତେ ଓଛ ସାହାଯ୍ୟ କରିଥାଏ।

ଆମର ମହାନ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ବାଉଁଶ ଓ କାଠି ପରି ସରଳ ଘରୋଇ ଉପକରଣ ଗୁଡ଼ିକର ସାହାଯ୍ୟରେ ମହାକାଶୀୟ ଦୂରତା ଏବଂ ନକ୍ଷେତ୍ରମାନଙ୍କର ଗତିବିଧି ମାପିଥିଲେ। ତା’ଙ୍କ ତୁଳନା ନିକୋଲସ କପର୍ନିକସ, ଟାଇକୋ ବ୍ରାହେ ଏବଂ ୟୋହାନେସ କେପ୍ଲାରଙ୍କ ସହ ହେବା ଉଚିତ। ତାଙ୍କ ପିଲାଦିନେ ଯେତେବେଳେ ସେ ଗରିବ ଓ ଅଣଶିକ୍ଷିତ ଥିଲେ ସେତେବେଳେ ସେ କୌଣସି ଯନ୍ତ୍ରପାତି ବ୍ୟବହାର ନକରି ଆକାଶରେ ଉଡୁଥିବା ଶାଗୁଣାମାନଙ୍କ ସଂଖ୍ୟା ଓ ବେଗ ମାପି ପାରୁଥିଲେ। ଓଡ଼ିଶାକୁ ନିମ୍ନମାନର ତଥ୍ୟ ପ୍ରଦାନ କରି ନିଜ କୌଶଳର ଦୁରୁପଯୋଗ କରୁଥିବା ସୂଚନା ପ୍ରଯୁକ୍ତି ବିଭାଗର କର୍ମଚାରୀଙ୍କ ବଦଳରେ ପଠାଣି ସାମନ୍ତଙ୍କ ପରି ବ୍ୟକ୍ତିତ୍ବଙ୍କ ଆବଶ୍ୟକତା ରହିଛି। ଜୀବ ବିଜ୍ଞାନ ସଂସ୍ଥାନ କର୍କଟ ରୋଗ ଔଷଧ ବିତରଣ ପ୍ରଣାଳୀରେ କାର‌୍ୟ୍ୟ କରୁଛି ଯାହା ତାହାର ଚିକିତ୍ସାରେ ପରିବର୍ତ୍ତନ ଆଣିବ। ଯୁବକମାନେ ଉଜ୍ବଳ, ବୁଦ୍ଧିମାନ ଓ କୁଶଳୀ କିନ୍ତୁ ତାଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦରକାର। ଆମର ଷ୍ଟାର୍ଟ ଅପ ପ୍ରଣାଳୀ ତାଙ୍କୁ ସଠିକ ପ୍ରଶିକ୍ଷଣ ଦେବା ଉଚିତ। କେବଳ ସରକାରୀ ଯୋଜନା ସହିତ ସେମାନଙ୍କୁ ସଂଯୋଗ କରିବା ବା ନିୟୋଜିତ କରିବା ତାଙ୍କ ପ୍ରତି ଅନ୍ୟାୟ ହେବ କାରଣ ସେ କାମ କୌଣସି ସାଧାରଣ ୱେବସାଇଟ ମାଧ୍ୟମରେ ମଧ୍ୟ କରାଯାଇପାରିବ।

ବୌଦ୍ଧିକତା ଓ ରାଜ୍ୟତା ମଧ୍ୟରେ ମୋତେ ଏକ ଗଭୀର ସଂଯୋଗ ଦେଖାଯାଏ। ରାଜ୍ୟର ଚିନ୍ତାଶକ୍ତିର ଉପଯୁକ୍ତ ବିନିଯୋଗ ପାଇଁ ଜନସାଧାରଣରେ ବୌଦ୍ଧିକ ପରିବେଶ ଏବଂ ବୁଦ୍ଧିର ପ୍ରୟୋଗ ଆବଶ୍ୟକ ଅଟେ। ଅବିଭକ୍ତ ଗଞ୍ଜାମ, ମୟୁରଭଞ୍ଜ, ଦେଓଗଡ଼, ବାଲେଶ୍ୱର, ସମ୍ବଲପୁର ଆଦି ଅତୀତରେ ସୃଜନାତ୍ମକ ସ୍ଥାନ ଥିଲେ ଯେଉଁଥିରୁ ଅନେକ ଯଶସ୍ୱୀ ବ୍ୟକ୍ତିତ୍ବ ରାଜନୀତି, ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଗତି କରି ଆମକୁ ଏହି ରାଜ୍ୟ ପ୍ରଦାନ କରିଛନ୍ତି। ଆମେ ସ୍ୱଭାବରେ ପ୍ରତିଭାବାନ, ପ୍ରକୃତିରେ ଶାନ୍ତ, ଐଶ୍ୱରୀକ ଆଶୀର୍ବାଦ ପ୍ରାପ୍ତ ଏବଂ ଏକ ଉତ୍ତମ ଇତିହାସର ଉତ୍ତରାଧିକାରୀ। ତାହେଲେ ଆମ ବିଚାର ଶକ୍ତିକୁ କ’ଣ ବାଧା ଦିଏ?

ବୌଦ୍ଧିକତା ଏକ ଧାରଣା ମାତ୍ର। ଏଇ ଧାରଣା କୌଣସି ବିଶେଷ କଠୋର ନିୟମରେ ବାନ୍ଧି ହୋଇ ରୁହେ ନାହିଁ। ତେଣୁ ଏହା ଆଗାମୀ ପିଢ଼ିଙ୍କ ପାଇଁ ମଧ୍ୟ ସଞ୍ଚିତ ହୋଇ ରହିବ।

ଏହାର ସମ୍ଭାବନାକୁ ନଷ୍ଟ କରିବା ଏକ ଅପରାଧ ନିଶ୍ଚୟ।

ଇମେଲ୍‌: charu.panigrahi@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।