Latest Odisha News

BREAKING NEWS

‘କରୋନାରୁ ସୁସ୍ଥ ପରେ ବି ଆକ୍ରାନ୍ତ ହେବା ଆଶଙ୍କା ଅଧିକ’

ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ତଥାପି ମହାମାରୀର ପ୍ରକୋପ କମୁନି । ତେବେ ସାରା ଦେଶରେ କରୋନା ଆକ୍ରାନ୍ତଠାରୁ ସୁସ୍ଥ ସଂଖ୍ୟା ଅଧିକ ବୋଲି ରିପୋର୍ଟ କହୁଛି । କିନ୍ତୁ କରୋନା ସୁସ୍ଥ ହେଲା ପରେ ବି ଆମକୁ ସଜାଗ ରହିବାକୁ ହେବ । ସୁସ୍ଥ ପରେ ବି ଆକ୍ରାନ୍ତ ଆଶଙ୍କା ଅଧିକ ରହିଛି । ଅନ୍ୟ କିଛି ଭାଇରାଲ ରୋଗରେ ରୋଗୀ ଆକ୍ରାନ୍ତ ହୋଇପାରନ୍ତି । ତେଣୁ ଭିଟାମିନ ଯୁକ୍ତ ଖାଦ୍ୟ ଖାଇ ନିଜକୁ ଫିଟ୍ ରଖିବା ଉଚିତ ବୋଲି ଆଜି ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି ।

ଯେଉଁ ବ୍ୟକ୍ତି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ନଥିବ ସେ ଆଉଥରେ କରୋନାରେ ସଂକ୍ରମିତ ହେବା ଅଶଙ୍କା ଅଧିକ । କରୋନାରୁ ସୁସ୍ଥ ହେବାପରେ ରୋଗୀ ଅଧିକ ଦୁର୍ବଳ ହୋଇଯାଉଛନ୍ତି । ତେଣୁ ସେମାନେ ୧୫ ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଯକ୍ତ ଖାଦ୍ୟ ଖାଇବା ଉଚିତ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମେଡିସିନ୍ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନ ରାଉତରାୟ ।

ସେ କହିଛନ୍ତି, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସଂକ୍ରମିତ ବ୍ୟକ୍ତଙ୍କ ଶରୀରରେ ଯନ୍ତ୍ରଣା, ଭୋକ ନହେବା, ଗଳାରେ ସମସ୍ୟା ଆଦି ଲାଗି ରହିଥାଏ । ତେଣୁ ନିଜକୁ ଫିଟ୍ ରଖିବା ପାଇଁ ପୁଷ୍ଟିକର ଖାଦ୍ୟସହ ଭିଟାମିନ୍ ଯୁକ୍ତ ଔଷଧ ମଧ୍ୟ ଖାଇବା ଜରୁରୀ ।

Leave A Reply

Your email address will not be published.