Latest Odisha News

BREAKING NEWS

[ଭିଡିଓ] ଖାଦ୍ୟ ପ୍ଲେଟରେ ଜିଅନ୍ତା ମାଛ ସର୍ଭ ,ଖାଇଲା ବେଳେ ଆଁ କରିଲା ମାଛ , ଗ୍ରାହକ ଛାନିଆ

ଭୁବନେଶ୍ୱର : ରେଷ୍ଟୁରାଣ୍ଟରେ ଜିଅନ୍ତା ମାଛର ଡିମାଣ୍ଡ । ଆମେ ସାଧାରଣତଃ ରେଷ୍ଟୁରାଣ୍ଟକୁ ଗଲେ ଆମେ ଭେରାଇଟି ଫୁଡ ଖାଇବାକୁ ପସନ୍ଦ କରୁ । ଭଲ ଭଲ ଖାଦ୍ୟ ଅର୍ଡର କରିଥାଉ ।  ହେଲେ ରେଷ୍ଟୁରାଣ୍ଟ ପକ୍ଷରୁ ଯେତେବେଳେ ଖାଦ୍ୟକୁ ଗାର୍ନିସିଂ କରିକି ଦିଆଯାଏ । ତାହା ଖାଦ୍ୟର ଟେଷ୍ଟ ଆହୁରି ବଢାଇ ଦେଇଥାଏ । ଆମେ ଏମିତି ଜିନିଷ ଦେଖାଇବୁ ଯାହା ଆପଣ ଦେଖି ଛାନିଆ ହୋଇଯିବେ । ଆଙ୍କା ହଁ ଏହା ସତ ଘଟଣା ।ଏକ ରେଷ୍ଟୁରାଣ୍ଟରେ ଜିଅନ୍ତା ମାଛ ଗ୍ରାହକ ମାନଙ୍କୁ ସର୍ଭ କରାଯାଉଛି । ଆଉ ଖାଇବାକୁ ନେଲାବେଳେ ମାଛ ଆଁ କରୁଛି । ଏହି ଜିଅନ୍ତା ମାଛର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ସର୍ଭିଂଙ୍ଗ ପ୍ଲେଟରେ ଜିଅନ୍ତା ମାଛ ସହ , ଲେମନ୍ ସ୍ଲାଇସ୍ ,ନୁଡଲ୍ସ ଓ କିଛି ଭେଜିଟେବୁଲ ଦିଆଯାଇଛି  ଏବଂ ଗ୍ରାହକ ଯେତେବେଳେ ମାଛକୁ  ଖାଇବାକୁ ନେଉଛନ୍ତି ମାଛଟି ଚପଷ୍ଟିକୁ ଆଁ କରି କାମୁଡି ଧରୁଛି  ଓ ନିଜ ଆଡକୁ ଟାଣୁଛି । ଯାହା ଏବେ ଭାଇରାଲ ହେଉଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଥିବା ବେଳେ ନାନା କମେଣ୍ଟ ମଧ୍ୟ ଦେଉଛନ୍ତି ।


କିଏ କହୁଛି ଏହା ଖାଇବା କେମିତ ସମ୍ଭବ ତ । ଆଉ କିଏ କହୁଛି ଏପରି ସର୍ଭ କରିବା ଠିକ୍ ନୁହେଁ । ହେଲେ କିଛି ଯୁବପିଢୀ ଖାଇବାରେ ଡେଫରେଷ୍ଟ ଷ୍ଟାଇଲକୁ ପସନ୍ଦ କରୁଥିବା ବେଳେ ସେମାନଙ୍କୁ ଜିଅନ୍ତା ମାଛ ଖୁବ୍ ପସନ୍ଦ ଆସିଛି । ସେପଟେ ଏହି ରେଷ୍ଟୁରାଣ୍ଟର ନା ଗୋପନ ରଖାଯାଇଥିବା ବେଳେ ଏହା କେଉଁ ଏରିଆର ତାହା ମଧ୍ୟ ଜଣାପଡିନାହିଁ ।

Leave A Reply

Your email address will not be published.