Latest Odisha News

BREAKING NEWS

ଚାଇନା କଲ୍ ସେଣ୍ଟରରୁ ଯାହା ପାରିଲେ ଲୁଟି ନେଲେ ପାକିସ୍ତାନୀ… 

କରାଚି: ଚାଇନା କଲ୍ ସେଣ୍ଟରରୁ ଯାହା ପାରିଲେ ଲୁଟି ନେଲେ ପାକିସ୍ତାନୀ। ପାକିସ୍ତାନରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ, ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ୍ ସେଣ୍ଟର ଉପରେ ଚଢାଉ ହୋଇଥିଲା। ଇସଲାମାବାଦର ସେକ୍ଟର ଏଫ୍-୧୧ରେ ପାକିସ୍ତାନର ଫେଡେରାଲ୍ ତଦନ୍ତ ଏଜେନ୍ସି (ଏଫଆଇଏ) ଟିମ ଚଢାଉ କରି ଏହି ନକଲି କଲ ସେଣ୍ଟରକୁ ଜବତ କରିଥିଲା। ତେବେ ସେଠାରେ କିଛି ଚୀନ୍ ନାଗରିକ ଏହି କଲ୍ ସେଣ୍ଟରକୁ ଚଳାଇ ଲୋକମାନଙ୍କୁ ଠକୁଥିଲେ। ସେଠାରେ ଚଢଉ ପରେ ସ୍ଥାନୀୟ ଲୋକମାନେ ଲୁଟପାଟ ଆରମ୍ଭ କରି ଦେଇଥିଲେ।

ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧମାନେ ମଧ୍ୟ ଲୁଟରେ ସାମିଲ ଥିଲେ। ଲାପଟପ୍, ଡେସ୍କଟପ୍, ମନିଟର୍, କୀବୋର୍ଡ, ଏକ୍ସଟେନ୍ସନ୍ ଏବଂ ସେଠାରେ ଯାହା ମିଳିଲା ସମସ୍ତ ଜିନିଷକୁ ନେଇ ପଳାଉଥବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। ଏପରିକି କିଛି ଲୋକ ଫର୍ଣ୍ଣିଚର ଏବଂ ଚା-କଫି ମଗ୍ ଓ ଚାମଚ ମଧ୍ୟ ଚୋରି କରୁଥିବାର ନଜର ଆସିଛନ୍ତି।

ତେବେ ଏହି ଭିଡିଓ ଦେଖିବା ପରେ ୟୁଜର୍ସ ମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ତେବେ ଏପରି ଘଟଣା ପାକିସ୍ତାନ ପାଇଁ କୌଣସି ନୂଆ ନୁହେଁ। ଗତ ବର୍ଷ ସେପ୍ଟେମ୍ବରରେ କରାଚୀରେ ଏକ ନୂତନ ମଲ୍ ଖୋଲିବା ପରେ ଶହ ଶହ ଲୋକ ଜୋରଜବରଦସ୍ତ ସେଠାରେ ପଶି ପୋଷାକ ସହ ଅନ୍ୟ ଜିନିଷ ସବୁ ଲୁଟି ନେଇଥିଲେ। ସେଠାରେ ଥିବା ସୁରକ୍ଷା କର୍ମୀମାନେ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୋକାନ ସମ୍ପୂର୍ଣ୍ଣ ଖାଲି ହୋ ଯାଇଥିଲା।

 

Comments are closed.