ଭୁବନେଶ୍ୱର: ତେଜିବାରେ ଲାଗିଛି ଭାରତ ଓ ଚାଇନା ମଧ୍ୟରେ ବିବାଦ । ପୂର୍ବ ଲଦାଖରେ LAC ବା ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍କୁ ନେଇ ମୁହାଁମୁହିଁ ଦୁଇ ଦେଶ । ଏପରି ସ୍ଥିତିରେ ଚାଇନା ସେନା ୭୫ ଭାରତୀୟ ଯବାନଙ୍କୁ ନିହତ କରିଥିବା ଖବର ସାମ୍ନାକୁ ଆସିଛି ।
ତ୍ରୀରଙ୍ଗାରେ ଆବୃତ କିଛି କଫିନ୍ ଥିବା ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ଲୋକ ଏହି ଫଟୋକୁ ଶେୟାର କରିବା ସହ ଭାରତୀୟ ଯବାନଙ୍କ ମୃତ୍ୟୁ ନେଇ ଖୋଲାଖୋଲି ଉଲ୍ଲେଖ କରିଛନ୍ତି ।
ତେବେ ଏ ନେଇ ଚାଇନା କି ଭାରତୀୟ ସେନା ପକ୍ଷରୁ କୌଣସି ଘୋଷଣାନାମା ଜାରି ହୋଇନାହିଁ । ଯଦି ଏ ନେଇ କୌଣସି ଦେଶ ସ୍ୱୀକାରୋକ୍ତି ଦେଇନାହାନ୍ତି, ତା ହେଲେ କେଉଁଭଳି ସ୍ଥିତିରେ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ?
ଏହି ଫଟୋ ଓ ଖବରର ସତ୍ୟତା ଜାଣିବା ପାଇଁ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ ଆରମ୍ଭ କରିଥିଲା ଛାନ୍ଭିନ୍ । ସୋସିଆଲ୍ ମିଡିଆରେ ଶେୟାର ହୋଇଥିବା ଏହି ଫଟୋକୁ ଆମେ ଗୁଗଲ୍ରେ ରିଭର୍ସ ଇମେଜ୍ ସର୍ଚ୍ଚ କରିଥିଲୁ ।
ଲଗାତାର ସନ୍ଧାନ ଆମକୁ ନେଇଯାଇଥିଲା ଫେବ୍ରୁଆରୀ ୧୫, ୨୦୧୯ ମସିହାକୁ । ହିନ୍ଦୁସ୍ତାନ ଟାଇମ୍ସ ଖବର କାଗଜରେ ପ୍ରକାଶିତ ଏକ ଆର୍ଟିକଲର ହେଡ୍ଲାଇନ୍ ଉପରେ ଆମର ନଜର ପଡିଥିଲା । ହେଡ୍ଲାଇନ୍ରେ ସ୍ପଷ୍ଟ ଭାବେ ଲେଖାହୋଇଥିଲା “India unites in mourning for CRPF jawans killed in Pulwama terror attack.”
ଏହି ଆର୍ଟିକଲଟିକୁ ସଂପୃକ୍ତ ଖବର କାଗଜ, ନ୍ୟୁଜ ଏଜେନ୍ସି PTI ଆଧାରରେ ପ୍ରକାଶ କରିଥିଲା । ଆର୍ଟିକଲ ଅନୁଯାୟୀ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ମରଶରୀରକୁ ତ୍ରୀରଙ୍ଗାରେ ଆବୃତ କରାଯାଇଥିଲା । ୨୦୧୯, ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ଜଣ CRPF ଯବାନ ପ୍ରାଣ ହରାଇଥିଲେ ।
ଏହି ସମସ୍ତ ତଥ୍ୟ ଦ୍ୱାରା ସ୍ପଷ୍ଟ ହୋଇଛି ଯେ ଚାଇନା ଏ ଯାବତ ଭାରତୀୟ ସେନା ଉପରେ ଆକ୍ରମଣ କରିବା ତ ଦୂରର କଥା ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନାହିଁ । କିଛି ଦୁର୍ବଳ ତଥା ଭାରତ ବିରୋଧୀ ମାନସିକତା ପୋଷଣ କରୁଥିିବା ବ୍ୟକ୍ତି ଏପରି ମିଥ୍ୟା ଗୁଜବ ସୃଷ୍ଟି କରିଥିଲେ ।
Comments are closed.