Latest Odisha News

BREAKING NEWS

ସୋସିଆଲ ମିଡ଼ିଆ ଫ୍ୟାନ ତାଲିକାର ଶୀର୍ଷରେ ରୋନାଲ୍ଡୋ, କ୍ରିକେଟରେ କୋହଲୀ !

ଭୁବନେଶ୍ୱର: ୨୦୧୯ରେ ଫୁଟବଲ ଷ୍ଟାର ପର୍ତିୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ସୋସିଆଲ ନେଟୱର୍କିଂ କ୍ରୀଡା ପ୍ରଶଂସକଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏହି ତାଲିକାରେ ଭାରତର ବିରାଟ କୋହଲି ୫ମ ସ୍ଥାନରେ ରହିଥିବା ବେଳେ କ୍ରିକେଟରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି ।

ରୋନାଲ୍ଡୋ ଫୁଟବଲ ଖେଳାଳି ମଧ୍ୟରେ ଗତବର୍ଷର ନେମାରଙ୍କୁ ପଛରେ ପକାଇ ଦେଇଛନ୍ତି । ରୋନାଲ୍ଡୋଙ୍କୁ ଫେସବୁକରେ ୧୨.୨ କୋଟି ଲୋକ ଫଲୋ କରିଛନ୍ତି । ଇନଷ୍ଟ୍ରାଙ୍ଗାମରେ ୧୬.୬ କୋଟି ପ୍ରଶଂସକ ରହିଛନ୍ତି । ରୋନାଲ୍ଡୋଙ୍କ ପ୍ରତିଦ୍ୱନ୍ଦୀ ଆର୍ଜେଟିଂନାର ଲିଓନେଲ ମେସିଙ୍କ ଇନଷ୍ଟ୍ରାଙ୍ଗାମରେ ୧୧.୯ କୋଟି ପ୍ରଶଂସକ ।

ଫେସବୁକରେ ୮.୯ କୋଟି ଲୋକ ଫଲୋ କରୁଛନ୍ତି । ସେ ଟୁଇଟରରେ ନ ଥିବାରୁ ପଛରେ ପଡି ଯାଇଛନ୍ତି । ଟୁଇଟରରେ ନେମାରଙ୍କ ୪.୫କୋଟି ଓ ଲେବ୍ରାନ୍ଙ୍କ ୪.୨୭ କୋଟି ଫଲୋର୍ସଙ୍କ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଫୁଟବଲ ଖେଳାଳି ଭାବେ ରହିଛନ୍ତି ।

କ୍ରିକେଟ ଖେଳାଳିଙ୍କ ତାଳିକାରେ ଭାରତର ବିରାଟ କୋହଲୀ ପ୍ରଥମ ସ୍ଥାନରେ ରହିଛନ୍ତି । ଫେସବୁକରେ ୩.୭୩କୋଟି, ଇନଷ୍ଟ୍ରାଙ୍ଗାମରେ ୪.୬୫ କୋଟି ପ୍ରଶଂସକ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରହିଛନ୍ତି । ସଚିନଙ୍କୁ ଫେସବୁକରେ ୨.୮୮କୋଟି ଓ ଇନଷ୍ଟ୍ରାଙ୍ଗାମରେ ୧.୮୯କୋଟିରହିଛନ୍ତି ।

Leave A Reply

Your email address will not be published.