Latest Odisha News

ବିରାଟଙ୍କ ସହ ମତଭେଦ ନେଇ ମୁହଁ ଖୋଲିଲେ ଚେତନ ଶର୍ମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ପୂର୍ବତନ ଚୟନ କମିଟି ମୂଖ୍ୟ ଚେତନ ଶର୍ମା ଷ୍ଟିଙ୍ଗ ଅପରେଶନ ପରେ ପ୍ରଥମ ଥର ପାଇଁ ସମସ୍ତ ବିଷୟ ନେଇ ମୁହଁ ଖୋଲିଛନ୍ତି । ଚେତନଙ୍କ କାର୍ଯ୍ୟକାଳ ସମୟରେ ବିରାଟ କୋହଲିଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ପଦ ଛାଡିବାକୁ ପଡିଥିଲା । ସେତେବେଳେ ଚେତନ ଓ ତାଙ୍କ ମଧ୍ୟରେ ସବୁ କିଛି ଠିକ ନ ଥିବା ଅନୁମାନ କରାଯାଉଥିଲା । ତେବେ ଚେତନ କହିଛନ୍ତି କୋହଲି ମୋ ପୁଅ ପରି । ସେ ଦେଶ ପାଇଁ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ମୁଁ ଗର୍ବିତ ମନେ କରୁଛି । ସେ ଅଧିକରୁ ଅଧିକ ଶତକ ମାରି ବିଶ୍ୱରେକର୍ଡ କରନ୍ତୁ । ତାଙ୍କ ସହିତ ମୋର କୌଣସି ମତଭେଦ ନାହିଁ ।

ହାର୍ଦ୍ଦିକ ପାଣ୍ଡ୍ୟା ବର୍ତମାନ ଟିମ ଇଣ୍ଡିଆର ସବୁଠାରୁ ଭଲ ଅଲରାଉଣ୍ଡର । ଆଶା କରୁଛି ଟି୨୦ ବିଶ୍ୱକପ ପୂର୍ବରୁ ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଯାଇଥିବେ ବୋଲି ଚେତନ କହିଛନ୍ତି । ମୁଁ ପୁନର୍ବାର ବିସିସିଆଇ ସହ କାମ କରିବାକୁ ଚାହୁଁଛି । ଯଦି ମୋତେ ସୁଯୋଗ ମିଳେ ନିଜକୁ ଭାଗ୍ୟବାନ ମନେ କରିବି ବୋଲି ସେ କହିଛନ୍ତି । ଯେତିକି ସମୟ ବୋର୍ଡ ସହ କାମ କରିଛି ତାହା ବେଶ ଭଲ ରହିଛି । ଭବିଷ୍ୟତରେ ବୋର୍ଡ ସହିତ କାମ କରିବାକୁ ନିଶ୍ଚିତ ଭାବେ ଚାହିଁବି ବୋଲି ଚେତନ କହିଛନ୍ତି ।

Comments are closed.