ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସିନିୟର ଖେଳାଳି ରୋହିତ ଶର୍ମାଙ୍କୁ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମୁକାବିଲାରେ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା । ରୋହିତ ଦଳର ହିତ ପାଇଁ ଏହି ମ୍ୟାଚ ଖେଳି ନ ଥିବା କୁହାଯାଇଛି । ତେବେ ସମୀକ୍ଷକଙ୍କ ମତରେ ରୋହିତ ମେଲବୋର୍ଣ୍ଣରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳି ନେଇଛନ୍ତି । ଏବେ ବିସିସିଆଇ ବିରାଟ କୋହଲିଙ୍କ ସହ ଟେଷ୍ଟ କ୍ରିକେଟ ଭବିଷ୍ୟକୁ ନେଇ ଆଲୋଚନା କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । କୋହଲି ଯଦି ବିସିସିଆଇର ବିଶ୍ୱାସ ଜିଣିବେ ଯଦି ତେବେ ଆଉ କିଛି ଦିନ ଆରାମରେ ଖେଳିବେ । ମାତ୍ର ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବାରୁ ବିସିସିଆଇ ନିଶ୍ଚିତ ଭାବେ ତାଙ୍କ ଉପରେ ଚାପ ପକାଇପାରେ ।
ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ କୋହଲି ଚଳିତ ସିରିଜରେ ଆଉ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । କ୍ରମାଗତ ଭାବେ ଅଫ ଷ୍ଟମ୍ପ ବାହାର ବଲକୁ ଖେଳି ଆଉଟ ହେଉଥିବାରୁ ତାଙ୍କ ଦାୟିତ୍ୱ ନ ଥିବା କୁହାଯାଉଛି । ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଯଦି କୋହଲି ବଡ ପାରି ଖେଳନ୍ତି ତେବେ ତାହା ପାଇଁ ସଞ୍ଜୀବନୀ ସଦୃଶ କାର୍ଯ୍ୟ କରିବ । ଅନ୍ୟଥା କୋହଲି ମଧ୍ୟ ରୋହିତଙ୍କ ସାଥୀ ନ ହେବେ ତାହା କିଏ କହିବ ।
Comments are closed.