Latest Odisha News

BREAKING NEWS

ଖାଲିରେ କୋହଲିଙ୍କୁ କିଙ୍ଗ କୁହାଯାଏନି

ନୂଆଦିଲ୍ଲୀ: ୨୦୦୮ ଅଗଷ୍ଟରେ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ମ୍ୟାଚ ଦାମ୍ବୁଲାରେ ଖେଳା ଯାଇଥିଲା । ସେତେବେଳେ କୋହଲିଙ୍କୁ ୨୦ ବର୍ଷ ହୋଇଥିଲା । ଏବେ କୋହଲି ନିଜ ପ୍ରଦର୍ଶନ ବଳରେ ବିଶ୍ୱ କ୍ରିକେଟରେ କିଙ୍ଗ ଭାବେ ପରିଚିତ । ନଭେମ୍ବର ୫ରେ କୋହଲି ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏବେ ଆସନ୍ତୁ ନଜର ପକାଇବା କୋହଲିଙ୍କ କେତେକ ରେକର୍ଡ ଉପରେ… ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି ।

୧. ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୮୨ ଶତକ ହାସଲ କରିଛି ।
୨. ସର୍ବାଧିକ ୭ଟି ଦ୍ୱିଶତକ ମଧ୍ୟ ସେ ମାରିଛନ୍ତି ।
୩. ଆନ୍ତର୍ଜାତୀୟ କ୍ରିକେଟ ପଦାର୍ପଣ ପରଠାରୁ ସେ ୩୦୩୪ ବାଉଣ୍ଡରୀ ମାରିଛନ୍ତିି ।
୪. କୋହଲି ସର୍ବାଧିକ ୬୯ ଥର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ୨୧ ଥର ପ୍ଲେୟାର ଅଫ ଦି ସିିରିଜ ହୋଇଛନ୍ତି ।
୫.ଆଇସିସି ଟୁର୍ଣ୍ଣାମେଂଟରେ ସର୍ବାଧିକ ୩୯୫୪ ରନ ସଂଗ୍ରହ କରିଛନ୍ତି ।
୬. ଆଇସିସି ଟୁର୍ଣ୍ଣାମେଂଟରେ ୩୯ ଥର ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି ।
୭. ଆଇସିସି ଟୁର୍ଣ୍ଣାମେଂଟରେ ସର୍ବାଧିକ ୧୫ ଥର ପ୍ଲେୟାର ଅଫ ଦି ମ୍ୟାଚ ଏବଂ ୩ ଥର ପ୍ଲେୟାର ଅଫ ଦି ସିରିଜ ହୋଇଛନ୍ତି ।
୮. ବିରାଟ କୋହଲିଙ୍କ ପାଖରେ ସବୁଠାରୁ ଅଧିକ ୧୦ ଆଇସିସି ପୁରସ୍କାର ରହିଛି ।
୯. ଆଇସିସି ଟୁର୍ଣ୍ଣାମେଂଟର ସେମିଫାଇନାଲରେ ସର୍ବାଧିକ ୫୮୬ ଓ ଫାଇନାଲରେ ୪୧୧ ରନ କରିଛନ୍ତି ।

 

୧୦. ସେ ୭ରୁ ଊର୍ଦ୍ଧ୍ୱ ୫୦ ପ୍ଲସ ସ୍କୋର ଆଇସିସି ଟୁର୍ଣ୍ଣାମେଂଟ ସେମିଫାଇନାଲରେ ମାରିଛନ୍ତି ।
୧୧. ଅଧିନାୟକ ଭାବେ କୋହଲି ୧୨୮୩୩ ରନ କରିଛନ୍ତି ।
୧୨. ଭାରତର ନେତୃତ୍ୱ ନେବା ପରଠାରୁ ସେ ଓଭରାଲ ୪୧ ଶତକ ଓ ୭ ଦ୍ୱିଶତକ ମଧ୍ୟ ମାରିଛନ୍ତି ।
୧୩. ଅଧିନାୟକ ଭାବେ କୋହଲି ସର୍ବାଧିକ ୨୭ ପ୍ଲେୟାର ଅଫ ଦି ମ୍ୟାଚ ଓ ୧୨ ପ୍ଲେୟାର ଅଫ ଦି ସିରିଜ ହୋଇଛନ୍ତି ।
୧୪. ଭାରତ ବିଜୟ ହାସଲ କରିଥିବା ବେଳେ ମ୍ୟାଚରେ କୋହଲି ୧୮୧୭୨ ରନ କରିଛନ୍ତି ।
୧୫. ସେ ୫୮ ଶତକ ମଧ୍ୟ ମାରିଛନ୍ତି ଯାହା ବି ଏକ ରେକର୍ଡ ।

Comments are closed.