ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ଭାରତ ପକ୍ଷରୁ ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବାପା ଜ୍ୟେଫ ମାର୍ଶ ଏବଂ ପରେ ପୁଅ ଶନ ମାର୍ଶଙ୍କ ସହ ଖେଳିଥିଲେ । ଏବେ କୋହଲି ଏହି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି । ୩୪ ବର୍ଷୀୟ ବିରାଟ ୨୦୧୧ ୱେଷ୍ଟଇଣ୍ଡିଜ ଗସ୍ତରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ଶିବନାରାୟଣ ଚନ୍ଦ୍ରପାଲ ସହ ଖେଳିଥିଲେ । ୧୨ ବର୍ଷ ପରେ ଚଳିତ ୱେଷ୍ଟଇଣ୍ଡିଜ ଗସ୍ତରେ ଚନ୍ଦରପାଲଙ୍କ ପୁଅ ତେଜନାରାୟଣଙ୍କ ସହ ଖେଳିବାକୁ ଯାଉଛନ୍ତି । ତେଜନାରାୟଣଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା ସମ୍ଭାବନା ଥିବାରୁ ସଚିନଙ୍କ କ୍ଲବରେ କୋହଲି ସାମିଲ ହୋଇପାରିବେ ।
ତେଜନାରାୟଣ ୭ଟି ଟେଷ୍ଟ ମ୍ୟାଚ ଖେଳି ୪୫.୩୦ ଆଭରେଜରେ ୪୫୩ ରନ କରିଛନ୍ତି । ଅପରପକ୍ଷରେ ଶିବନାରାୟଣ ୧୬୪ ଟେଷ୍ଟରେ ୧୧୮୬୭ ଓ ୨୬୮ ଦିନିକିଆରେ ୮୭୭୮ ରନ କରିଥିଲେ ।
ୱେଷ୍ଟଇଣ୍ଡିଜ ଟିମ: କ୍ରେଗ ବ୍ରାଥୱେଟ(ଅଧିନାୟକ), ଜର୍ମନ ବ୍ଲାକଉଡ, ଏଲିକ ଅଥାନେଜ, ତେଜନାରାୟଣ ଚନ୍ଦରପାଲ, ରହକୀମ କର୍ଣ୍ଣୱେଲ, ଯୋଶୁଆ ଡିସିଲଭ. ଶୈନନ ଗେବ୍ରିୟଲ, ଜାସନ ହୋଲ୍ଡର, ଅଲଜାରୀ ଜୋସେଫ, କ୍ରେଗ ମ୍ୟାକେଞ୍ଜି, ରେମନ ରୀଫର, କେମାର ରୋଚ, ଜୋମିଲ ବାରିକେନ ।
Comments are closed.