Latest Odisha News

BREAKING NEWS

ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲା କୋହଲିଙ୍କ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଏବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇଥିବା କୋହଲି ଏବେ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ତାଙ୍କର ଶେଷ ଆନ୍ତର୍ଜାତୀୟ ମୁକାବିଲା ହେବ ବୋଲି ଖବରମାନ ପ୍ରକାଶ ପାଇଛି । ଇତି ମଧ୍ୟରେ କୋହଲି ସୋସିଆଲ ମିଡିଆରେ ଏ ଭଳି ଏକ ପୋଷ୍ଟ କରିଛନ୍ତି ଯାହା ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କୋହଲି ଲେଖିଛନ୍ତି ଆପଣ ଯେତେବେଳେ ମାନସିକ ସ୍ତରରେ ହାର ମାନିନେବେ ତେବେ ତାହା ତୁମର ଅସଫଳ ଭାବେ ପରିଗଣିତ ହେବ । ଏହି ପୋଷ୍ଟ କୋହଲିଙ୍କ ଦୃଢ଼ ପ୍ରତ୍ୟାବର୍ତନର ସଙ୍କେତ ଦେଉଥିବା ବେଳେ ଅନ୍ୟମାନେ ସେ ଅବସର ନେବେ ବୋଲି ଆଶଙ୍କା କରୁଛନ୍ତି ।

ତେବେ କୋହଲିଙ୍କ ବନ୍ଧୁ ତଥା ଆରସିବିର ମେଂଟର ଦୀନେଶ କାର୍ତିକ ବଡ ଖୁଲାସା କରିଛନ୍ତି । କୋହଲି ଇଂଲଣ୍ଡରେ କଡା ଅଭ୍ୟାସ କରୁଥିଲେ । ସେ ସହଜରେ ହାର ମାନିବା ବ୍ୟକ୍ତି ନୁହେଁ । ୨୦୨୭ ବିଶ୍ୱକପ କଥା ସେ ଏବେ ବି ତାଙ୍କ ମନରେ ରଖିଛନ୍ତି । କୋହଲି ୩୦୨ ଦିନିକିଆ ମ୍ୟାଚରେ ୧୪୧୮୧ ରନ କରିଛନ୍ତି । ଏଥିରେ ୫୧ ଶତକ ଓ ୭୪ ଅର୍ଦ୍ଧଶତକ ରହିଛି । ସେ ୫୮ ଆଭରେଜ ଓ ୯୩ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ରେକର୍ଡ ଭଲ ରହିଛି । ସେ ୨୯ ମ୍ୟାଚରେ ୧୩୨୭ ରନ କରିଛନ୍ତି । ଏଥିରେ ୫ ଶତକ ଓ ୬ ଅର୍ଦ୍ଧଶତକ ରହିଛି । ପ୍ରଶଂସକ ଏବେ କୋହଲିଙ୍କ ପ୍ରତ୍ୟାବର୍ତନକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Comments are closed.