ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଲଜ୍ଜାଜନକ ପରାଜୟ ପରେ ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ନୂଆ ପ୍ରୋଟୋକଲ୍ ଲାଗୁ କରିଥିଲା। ଯେଉଁ ନିୟମଗୁଡ଼ିକ ସମସ୍ତ ଖେଳାଳିଙ୍କୁ ପ୍ରଭାବିତ କରିଛି।
ଏହାରି ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଏକ ଇଭେଣ୍ଟରେ ବିରାଟ କୋହଲି ଏହି ନୂଆ ନିୟମକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଥିଲେ, “ମୁଁ ଏହି ନିଷ୍ପତ୍ତିରେ ବହୁତ ନିରାଶ। ଅନେକ ସମୟରେ ପଡ଼ିଆର ପରିସ୍ଥିତି ସହ କୌଣସି ସମ୍ପର୍କ ରଖୁନଥିବା ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି। ଏପରି ଲୋକଙ୍କୁ ଦୂରେଇ ରଖିବା ଉଚିତ।
କାରଣ ଯଦି ତୁମେ କୌଣସି ଖେଳାଳିଙ୍କୁ ପଚାର, ତୁମେ କ’ଣ ଚାହୁଁଛ ଯେ ତୁମର ପରିବାର ସବୁବେଳେ ତୁମ ପାଖରେ ରହୁ? ‘ତୁମେ ହଁ ବୋଲି କହିବ। ମୁଁ ମୋ ରୁମକୁ ଯାଇ ଏକା ବସି ମନ ଦୁଃଖ କରିବାକୁ ଚାହୁଁନାହିଁ। ମୁଁ ନର୍ମାଲ ହେବାକୁ ଚାହେଁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ବିଦେଶ ଗସ୍ତ ସମୟରେ ପରିବାରର ସମର୍ଥନ ଖେଳାଳିମାନଙ୍କ ମାନସିକ ସ୍ବାସ୍ଥ୍ଯ ପାଇଁ ଖୁବ୍ ଜରୁରୀ ଥାଏ। ଯେତେବେଳେ ଖେଳାଳିଙ୍କ ଉପରେ ବହୁତ ଚାପ ଥାଏ, ସେତେବେଳେ ପରିବାରର ସମର୍ଥନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଲୋକମାନେ ବୁଝିପାରନ୍ତି ନାହିଁ। ସେଥିପାଇଁ ଏଭଳି ନିଷ୍ପତ୍ତି ନେଉଛନ୍ତି।
Comments are closed.