କୋଲକାତା: ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଶନିବାର ଦିନ ଆଇପିଏଲର ୧୮ତମ ସଂସ୍କରଣର ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ ଖେଳା ଯାଇଥିଲା।
ତେବେ ଏହି ଉଦଘାଟନୀ ମ୍ୟାଚରେ ସୁରକ୍ଷା ବଳୟକୁ ପାର କରି ଜଣେ ବ୍ୟକ୍ତି ଷ୍ଟାଡିୟମ ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶ କରିଥିଲେ ଓ ବିରାଟ କୋହଲିଙ୍କ ପାଦତଳେ ପଡିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ। ସୂଚନା ଅନୁଯାୟୀ ଏହି ଘଟଣାଟି କୋହଲି ବ୍ୟାଟିଂ କରୁଥିବା ସମୟରେ ଘଟିଥିଲା।
ଏହାପରେ ସୁରକ୍ଷା କର୍ମୀମାନେ ଆସି ତାଙ୍କୁ ପଡ଼ିଆ ବାହାରକୁ ନେଇ ଯାଇଥିଲେ। ତେବେ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୩୨୯ ଅନୁଯାୟୀ ବ୍ୟକ୍ତିଙ୍କୁ ଗିରଫ କରିଛି।
ଶନିବାର ଖେଳା ଯାଇଥିବା ଏହି ମ୍ୟାଚରେ କୋଲକାତାକୁ ୭ ୱିକେଟ୍ରେ ପରାସ୍ତ କରିଥିଲା ଆରସିବି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ସହ କୋଲକାତା ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା। ପ୍ରତି ବଦଳରେ ଆରସିବି ୧୭୭ ରନ୍ ମାରି ବିଜୟ ହାସଲ କରିଥିଲା।
Comments are closed.