Latest Odisha News

BREAKING NEWS

ରୋହିତଙ୍କ ଫ୍ୟାନକୁ ହତ୍ୟା କଲେ ବିରାଟଙ୍କ ଫ୍ୟାନ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ ପ୍ରେମୀମାନେ ନିଜ ନିଜ ପସନ୍ଦର ଖେଳାଳିଙ୍କ ପାଇଁ ନିଆରା କାମ କରନ୍ତି। ହେଲେ ଆପଣ କେବେ ଶୁଣିନଥିବେ ଯେ ଟିମ୍ ଇଣ୍ଡିଆର ଦୁଇ ଆଗ ଧାଡିର କ୍ରିକେଟରଙ୍କ ଫ୍ୟାନ ପରସ୍ପର ସହିତ ଯୁକ୍ତିତର୍କ କରିବା ପରେ ଜଣେ ଅନ୍ୟ ଜଣଙ୍କୁ ହତ୍ୟା କରିଛି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆସିବା ପରଠାରୁ ଖେଳାଳିଙ୍କ ସ୍ୱତନ୍ତ୍ର ଫ୍ୟାନ୍ ଫଲୋଅର ରହିଛନ୍ତି। ଏହି ଧାରାରରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ରୋହିତ ଶର୍ମା ଏବଂ ରୟାଲ ଚ୍ୟାଲେଞ୍ଜର ବାଙ୍ଗୋଲରର ଖେଳାଳି ବିରାଟ କୋହଲି ରହିଛନ୍ତି ଆଗରେ। ସୋସିଆଲ ମିଡିଆ ବାହାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ କୋହଲିଙ୍କ ପ୍ରଶଂସକ ରୋହିତଙ୍କ ପ୍ରଶଂସକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ତାମିଲନାଡୁର ଅରିୟାଲୁର ଜିଲ୍ଲାର ପୋୟୁର ଗାଁର ପି. ବିଗ୍ନେଶ ଏବଂ ଏସ ଧର୍ମରାଜ ଭଲ ବନ୍ଧୁ । ହେଲେ ଉଭୟଙ୍କ ମଧ୍ୟରେ କ୍ରିକେଟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯେଉଁଥି ପାଇଁ ଧର୍ମେନ୍ଦ୍ର ବିଗ୍ନେଶଙ୍କୁ ହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ରିପୋର୍ଟରେ କିଲାପାଲୁର ପୋଲିସ କହିଛି ଯେ ଅକ୍ଟୋବର 11 ମଙ୍ଗଳବାର ରାତିରେ ବିଗ୍ନେଶ ଏବଂ ଧର୍ମରାଜଙ୍କ ମଧ୍ୟରେ ମଲୁରର ସିଡକୋ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କ୍ରିକେଟ୍ ବିଷୟରେ ଆଲୋଚନା ହୋଇଥିଲା। ପୋଲିସର ସୂଚନାନୁସାରେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଉଭୟ ଏହି ସମୟ ମଧ୍ୟରେ ମଦ୍ୟପାନ କରିଥିଲେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଷୟରେ ଆଲୋଚନା କରୁଥିଲେ।

ପୋଲିସ କହିଛି ଯେ ଏହି ସମୟ ମଧ୍ୟରେ ବିଗ୍ନେଶ ଆରସିବି ଏବଂ ବିରାଟ କୋହଲିଙ୍କୁ ପରିହାସ କରିଥିଲେ। ବିଗ୍ନେଶ ଧର୍ମରାଜଙ୍କୁ ଥଟ୍ଟା କରୁଥିଲେ କାରଣ ସେ କଥା ହେବା ଅଟକି ଅଟକି କୁହନ୍ତି। ଯାହାକୁ ତୋତଲା ବୋଲି କୁହନ୍ତି। ସେଦିନ ବିଗ୍ନେଶ ଆରସିବି ଏବଂ ଧରମରାଜଙ୍କ ଏପରି କଥାବାର୍ତ୍ତାକୁ ତୁଳନା କରି ତାଙ୍କୁ ପରିହାସ କରିଥିଲେ। ଧର୍ମରାଜ ଏଥିରେ ରାଗି ଯାଇଥିଲେ ଏବଂ ସେ ପ୍ରଥମେ ବିଗ୍ନେଶଙ୍କ ମୁଣ୍ଡରେ ମଦ ବୋତଲ ମାଡ କରିଥିଲେ ଏବଂ ପରେ ତାଙ୍କ ମୁଣ୍ଡକୁ ବ୍ୟାଟରେ ଆଘାତ ଦେଇଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଧର୍ମରାଜଙ୍କୁ ଗିରଫ କରିଛି।

Comments are closed.