ବେଙ୍ଗାଲୁର: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ବ୍ୟସ୍ତ ଅଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କିପରି ଟ୍ରଫି ଜିତିବ ସେ ଏବଂ ତାଙ୍କ ଟିମ ଉଦ୍ୟମ ଜାରୀ ରଖିଛନ୍ତି । ଇତି ମଧ୍ୟରେ ଟି୨୦ ବିଶ୍ୱକପର ଏକ ଦାମୀ ଉପହାର କୋହଲିଙ୍କ ନିକଟରେ ପଂହଚିଛି । ଯାହାକୁ ଦେଖି କୋହଲି ବେଶ ଖୁସୀ ହୋଇ ଉଠିଛନ୍ତି । ସୂଚନାଯୋଗ୍ୟ, ୨୦୨୪ରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଥିଲା । ଏହି ବିଜୟ ପରେ ବିସିସିଆଇ ଭାରତୀୟ ଖେଳାଳିଙ୍କ ପାଇଁ ଏକ ସ୍ୱତନ୍ତ୍ର ଧରଣର ମୁଦି ପ୍ରସ୍ତୁତ କରିଥିଲା । ବିସିସିଆଇର ସ୍ପନଶର ଡ୍ରିମ ୧୧ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ ଏହା ପ୍ରଦାନ କରାଯାଇଥିଲା ।
ଏହି ମୁଦି ଦିଆଯିବା ସମୟରେ କୋହଲି ଉପସ୍ଥିତ ନ ଥିଲେ । ସେ ସମୟରେ ଦଳର ଅନ୍ୟ ଖେଳାଳିମାନେ ଏହି ମୁଦି ନେଇଥିଲେ । କୋହଲି ଏହାକୁ ପାଇପାରି ନ ଥିଲେ । ଏବେ ଏହା ତାଙ୍କ ନିକଟରେ ପଂହଚିଛି । ନୀଳ ରଙ୍ଗର ଏହି ମୁଦିର ମଝିରେ ବିସିସିଆଇ ଲୋଗୋ ରହିଛି । ଏହାର ଚାରିପାଖେ ହୀରା ଲାଗିଛି । ମୁଦିର ଗୋଟିଏ ପାଶ୍ୱର୍ରେ ଭିକେ ଲେଖାଯାଇଛି । ଫାଇନାଲରେ କୋହଲି ଭାରତ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ୭୯ ରନର ଇନିଂସ ଖେଳିଥିଲେ ।
Comments are closed.