Latest Odisha News

କୋହଲି, ରୋହିତଙ୍କୁ ନେଇ ବିବାଦୀୟ ବୟାନ ଦେଲେ ହେଡେନ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ ସୋମବାର ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ ପରୋକ୍ଷରେ ଭାରତର ସେଲିବ୍ରେଟି କଲଚର ନେଇ ପ୍ରଶ୍ନ ଉଠାଇଛନ୍ତି । ଏବେ ତୁମେ ଯଦି ରୋହିତଙ୍କ ବିପକ୍ଷରେ କିଛି କୁହ ତେବେ ଟିମରେ ସ୍ଥାନ ପାଇବା ଅସମ୍ଭବ ହୋଇ ପଡିବ । ସେହିପରି ବିରାଟ କୋହଲିଙ୍କୁ ଟି୨୦ ଟିମରେ ମୁଁ କେବଳ ଓପନର ଭାବେ ବାଛିଥାନ୍ତି । ଅନ୍ୟଥା ଦଳରେ ସ୍ଥାନ ଦେଇ ନ ଥାନ୍ତି ବୋଲି ସେ କହିଛନ୍ତି । ହେଡେନଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି ।

୨୦୨୩ ଦିନିକିଆ ବିଶ୍ୱକପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ସମାଲୋଚନା କରିଛନ୍ତି । ସେ ପରୋକ୍ଷରେ ସେମାନଙ୍କୁ ଅହଙ୍କାରୀ ବୋଲି କହିଛନ୍ତି । ଅଷ୍ଟ୍ରେଲିଆ ଟିମ ବହୁତ କଷ୍ଟରେ ସେମିଫାଇନାଲରେ ପଂହଚିଥିଲା । ଫାଇନାଲରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ପ୍ରଶଂସକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାତ୍ର ସେମାନେ ସହଯୋଗ କରି ନ ଥିଲେ । ଭାରତରେ କ୍ରିକେଟ ଅପେକ୍ଷା ଷ୍ଟାର କଲଚରକୁ ଗୁରୁତ୍ୱ ଦିଆ ଯାଇଥାଏ । ଯାହାକି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.