Latest Odisha News

କେପଟାଉନ ବିଜୟ ପରେ ଦ୍ରାବିଡଙ୍କୁ ଆଲିଙ୍ଗନ କଲେ ବିରାଟ; କାହିଁକି ଭାରତ ପାଇଁ ଏହା ବଡ଼ ବିଜୟ ଜାଣିଛନ୍ତି…

ନୂଆଦିଲ୍ଲୀ: ନୂଆବର୍ଷରେ ମ୍ୟାନ ଇନ୍ ବ୍ଲୁର ପ୍ରଥମ ସିରିଜ ବିଜୟ, ତା’ପୁଣି ବିଦେଶ ମାଟିରେ। ଯେଉଁଭଳି ଭାବେ ଭାରତୀୟ ବୋଲିର ବୋଲିଂ କରିଛନ୍ତି ତାହା ସମସ୍ତଙ୍କୁ ଆମୋଦିତ କରିଛି। କେବଳ ଯେ ପ୍ଲେଇିଂ ଇଲେଭନରେ ଥିବା ଖେଳାଳି ତାହା ନୁହେଁ ବରଂ କୋଚ, ଟିମର ଅନ୍ୟ ସଦସ୍ୟ ମଧ୍ୟ ଏହି ବିଜୟ ପରେ ଅତ୍ୟଧିକ ଖୁସି ହୋଇଛନ୍ତି। ଭାରତ ବିଜୟ ହେବା ପରେ ଖେଳାଳିମାନେ ପରସ୍ପରକୁ ଆଲିଙ୍ଗିନ କରିଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯାହା ଏପରି କିଛି ବୟାନ କରୁଛି। ତେବେ ଏହି ବିଜୟ କିନ୍ତୁ ଭାରତ ପାଇଁ ଗୋଟିଏ ଦୀର୍ଘ ଦିନର ସ୍ବପ୍ନ ବୋଲି ଜଣାପଡ଼ିଛି।

କେପଟାଉନରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି. ଭାରତକୁ ଜିତିବା ପାଇଁ ୭୯ ରନର ଲକ୍ଷ୍ୟ ଦେଇଥିଲା ଅପରପକ୍ଷ ଟିମ୍। ପାଞ୍ଚ ଦିନ ଖେଳାଯିବାକୁ ଥିବା ଏହି ମ୍ୟାଚ ଦେଢ ଦିନରେ ଶେଷ ହୋଇଛି। ଏହି ବିଜୟ ଫଳରେ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ସମାନ କରିଛି।

ଏହି ବିଜୟ ସହ ଭାରତ ଏସିଆର ପ୍ରଥମ ଦଳ ଭାବେ କେପଟାଉନ ବିଜୟ ହାସଲ କରିଛି। ମୋଟାମୋଟି ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଏହା ଭାରତର ପଞ୍ଚମ ଟେଷ୍ଟ ବିଜୟ ଥିଲା। ସେହିପରି ଟେଷ୍ଟ ମାନ୍ୟତାରେ ଭାରତ ଏକ ନମ୍ବର ଦଳ ହୋଇଛି। ବିଜୟ ପୂର୍ବରୁ ଦଳ ଷଷ୍ଠ ସ୍ଥାନରେ ଥିଲା।

ବିଜୟ ପାଇଁ ୭୯ ରନ୍ ଦରକାର ଥିବା ଶ୍ରେୟସ ଆୟର ମାର୍କୋ ଜାନସେନଙ୍କୁ ବାଉଣ୍ଡ୍ରି ମାରି ଭାରତକୁ ମ୍ୟାଚ ଜିତାଇଥିଲେ। ବିଜୟ ପରେ ଡ୍ରେସିଂ ରୁମରେ ଉତ୍ସାହର ସହ ଅପେକ୍ଷା କରିଥିବା ବିରାଟ କୋହଲି ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କୁ ଆଲିଙ୍ଗନ କରିଥିଲେ।

ଭାରତର କେପ୍ ଟାଉନ୍ ବିଜୟ ପରେ ଯୁବ ବ୍ୟାଟର ଶୁଭମନ ଗିଲ୍ ଓ ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ଐତିହାସିକ ବିଜୟକୁ ନେଇ ଶୁକ୍ରବାର ବିସିସିଆଇର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି।

ବିସିସିଆଇର ଏକ୍ସ ହ୍ୟାଣ୍ଡେଲ (ପୂର୍ବରୁ ଟ୍ୱିଟର) ଏହି ଭିଡିଓ ପୋଷ୍ଟ କରି ଲେଖିଛି, ନ୍ୟୁଲ୍ୟାଣ୍ଡସରେ ଐତିହାସିକ ଟେଷ୍ଟ ବିଜୟ ସହ ନୂଆ ବର୍ଷ ଆରମ୍ଭ କରୁଛି।

ବୋଲରମାନଙ୍କୁ ସହଜ କରୁଥିଲା ଏହି ପିଚ। ଯେଉଁଥିପାଇଁ ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଏବଂ ଦ୍ବିତୀୟ ଇନିଂସରେ ଯଶପ୍ରୀତ ବୁମରାଙ୍କ ପ୍ରଭାବଶାଳୀ ବୋଲିଂ ଆଗରେ ଘରୋଇ ଟିମ୍ ସାମ୍ନା କରିପାରିନଥିଲା। କହିବାକୁ ଗଲେ ଘରୋଇ ପିଚରେ ବିଦେଶୀ ଖେଳାଳି ଅଧିକ ଲାଭବାନ ହେଲେ।

ଏବି ମ୍ୟାଚରେ ମୋଟ୍ ୬୪୨ ଟି ବଲ୍ ପଡ଼ିଥିଲା। ଏହା ପୂର୍ବରୁ ୧୯୩୨ମସିହାରେ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସବୁଠାରୁ ଛୋଟ ଟେଷ୍ଟ ୬୫୬ ବଲ୍ ଖେଳିଥିଲା।

Comments are closed.