Latest Odisha News

କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । କୋହଲି ଅହଙ୍କାରୀ, ଅନ୍ୟମାନଙ୍କ ସହ କଥା ହୁଅନ୍ତି ନାହିଁ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି କୋହଲିଙ୍କ ସହ ଡ୍ରେସିଂ ରୁମ ଶେୟାର କରିଥିବା ଭାରତର ପୂର୍ବତନ ଅଧିନାୟକ ଅଜିଙ୍କ୍ୟ ରାହାଣେ । କୋହଲି ଜଣେ ମହାନ ଖେଳାଳି । କ୍ରିକେଟ ପ୍ରତି ତାଙ୍କର ପାଗଳାମୀ ରହିଛି । ସେ ଜିତିବାକୁ ଚାହାନ୍ତି । ରନ କରିବାର ତୃଷ୍ଣା ତାଙ୍କର ମରେନି ।

ସେ ସର୍ବଦା ମ୍ୟାଚକୁ ନେଇ ବ୍ୟସ୍ତ ରହିଥାନ୍ତି । ମ୍ୟାଚ ପୂର୍ବରୁ ସେ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାନ୍ତି । ସେ ନିଜକୁ ମାନସିକସ୍ତରରେ ପ୍ରସ୍ତୁତ କରିଥାନ୍ତିି । ଚୁପଚାପ ରହିବା ଯୋଗୁ ଅନ୍ୟମାନେ ତାଙ୍କୁ ଅହଙ୍କାରୀ ଭାବି ଥାଇ ପାରନ୍ତି । କୋହଲିଙ୍କୁ ଯିଏ ଜାଣନ୍ତି ସେ କିନ୍ତୁ କେବେହେଲେ ଏହି କଥା କହିବେନି । ଇୟରପଡ୍ସ ପିନ୍ଧି ନିଜ ପସନ୍ଦର ଗୀତ ଶୁଣନ୍ତି । ମୁଁ ଭାଗ୍ୟବାନ ଯେ, ତାଙ୍କ ପରି ଖେଳାଳିଙ୍କ ସହ ରୁମ ଶେୟାର କରିଛି । କଠିନ ପରିଶ୍ରମ ଏବଂ କ୍ରିକେଟ ପ୍ରତି ପାଗଳାମୀ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି ବୋଲି ରାହାଣେ କହିଛନ୍ତି । କ୍ରିକେଟରେ ସେ ଅନେକ କିଛି ହାସଲ କରିଥିଲେ ମଧ୍ୟ ଏବେ ବି ରନ ପ୍ରତି ତାଙ୍କର ଭୋକ ରହିଛି । ଟିମକୁ ମଜଭୁତ କରିବା ପାଇଁ ସେ ସର୍ବନା ଯୋଗଦାନ ଦେଇଥାନ୍ତି ବୋଲି ରାହାଣେ କହିଛନ୍ତି ।

Leave A Reply

Your email address will not be published.