Latest Odisha News

BREAKING NEWS

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ: ଏକାଧିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ରେ ଦ୍ୱିତିୟୀ ପାଳି ଖେଳି ଏକାଧିକ ରେକର୍ଡ କରି ବିରାଟ କୋହଲି। ପ୍ରଥମ ପାଳିରେ ଶୀଘ୍ର ଆଉଟ୍ ହୋଇଯାଇଥିଲେ ବି ଦ୍ୱିତୀୟ ପାଳିରେ ଭଲ ବ୍ୟାଟିଂ କରୁଛନ୍ତି।

୪୪୪ ରନ୍‌କୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ଚତୁର୍ଥ ଦିନରେ ଖେଳ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ଟିମ୍ ପକ୍ଷରୁ ବିରାଟ କୋହଲି(୪୪) ଏବଂ ଆଜିଙ୍କ୍ୟ ରାହାଣେ ୨୦ ରନ୍ କରି ଅପରାଜିତ ଅଛନ୍ତି। ରବିବାର ପଞ୍ଚମ ତଥା ଖେଳର ଶେଷ ଦିନରେ ଭାରତକୁ  ଜିତିବା ପାଇଁ ୨୮୦ ରନ କରିବାକୁ ପଡ଼ିବ। ହାତରେ ୭ ଓ୍ଵିକେଟ୍ ବି ରହିଛି।

ତେବେ ବିରାଟ କୋହଲି ୪୪ ରନ୍ କରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଆସନ୍ତୁ ସେଗୁଡ଼ିକ ଗୋଟିଏ ଧାଡ଼ିରେ ଜାଣିବା।

୧. ବିରାଟ କୋହଲି ପ୍ରଥମ ଭାରତୀୟ ଖେଳାଳି ଭାବେ ଆଇସିସି ନକ୍‌ଆଉଟ୍‌ ମ୍ୟାଚ୍ରେ ସର୍ବାଧିକ ରନ୍ କରିଥିବା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।

୨. ପ୍ରଥମ ଭାରତୀୟ ଖେଳାଳି ଭାବେ କୋହଲି ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ସିପ୍‌ରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି।

୩. ଆଇସିସି ଫାଇନାଲ୍‌ରେ କୋହଲି ସବୁଠାରୁ ଅଧିକ ରନ୍ କରିଥିବା ଦ୍ୱିତୀୟ ଖେଳାଳି ହୋଇଛନ୍ତି।

୪. ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ୫୦୦୦ ଇଣ୍ଟରନ୍ୟାସ୍‌ନାଲ ରନ୍ ପୂରା କରି ଖବର ଲେଖାଯିବା ସୁଦ୍ଧା ୫୦୦୩ ରନ୍ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଅନ୍ତର୍ଜାତୀୟ ରନ୍ କରିବାରେ ବିରାଟ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ସଚିନ ତେନ୍ଦୁଲକର ୬୭୦୭ ରନ୍ କରି ଉପରେ ରହିଛନ୍ତି।

୫. ଏହା ବାଦ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି କୋହଲି ୨୦୦୦ ରନ୍‌ ପାର କରିଛନ୍ତି। ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ ପଞ୍ଚମ ଖେଳାଳି ହୋଇଛନ୍ତି।

ଖବର ଲେଖାଯିବା ସୁଦ୍ଧା କୋହଲି ୨୦୩୭ ରନ୍ କରିଛନ୍ତି। ସେହିପରି ତେକେଶ୍ୱର ପୂଜାରା ୨୦୭୪ ରନ୍ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ସଚିନ ତେନ୍ଦୁଲକର ୩୬୩୦ ରନ୍ କରି ପ୍ରଥମ ସ୍ଥାନରେ ଅଛନ୍ତି।

 

 

Leave A Reply

Your email address will not be published.