Latest Odisha News

BREAKING NEWS

ଗମ୍ଭୀର ହଟିବେ, ଟେଷ୍ଟ କ୍ରିକେଟକୁ ଫେରିବେ କୋହଲି: ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତନ କରିବେ ବୋଲି ଅନେକ ଖବର ପ୍ରକାଶ ପାଇଛି । କୋହଲି କିନ୍ତୁ ଏ ନେଇ କୌଣସି ସଙ୍କେତ ଦେଇ ନାହାନ୍ତି । ଇତି ମଧ୍ୟରେ ଆଉ ଏକ ରିପୋର୍ଟରେ କୁହାଯାଇଛି ଗୌତମ ଗମ୍ଭୀର କୋଚ ପଦରୁ ହଟିଲେ କୋହଲି ଟେଷ୍ଟ କ୍ରିକେଟ ଫେରିବେ । ବରିଷ୍ଠ ପତ୍ରକାର ରୋହିତ ଜୁଗଲାନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହା କହିଛନ୍ତି । ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ସବୁ କିଛି ଠିକ ଚାଲୁ ନାହିଁ । ସୂଚନାଯୋଗ୍ୟ, କୋହଲି ଆନ୍ତର୍ଜାତୀୟ ଟି୨୦ ଓ ଟେଷ୍ଟରୁ ଅବସର ନେଇ ସାରିଛନ୍ତି । ଜୁଗଲାନ ଦୃଢ଼ତା ସହକାରେ କହିଛନ୍ତି, ଯେତେଦୂର ସମ୍ଭବ କୋହଲି ଚଳିତ ବର୍ଷ ଟେଷ୍ଟ କ୍ରିକେଟକୁ ଫେରିବେ ।

କୋହଲି ୧୨୩ ଟେଷ୍ଟରେ ୯୨୩୦ ରନ କରିଛନ୍ତି । ଏଥିରେ ୩୦ ଶତମ ଓ ୩୧ ଅର୍ଦ୍ଧଶତକ ସାମିଲ । ଭାରତର ସେ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ଭାବେ ନିଜ ଦକ୍ଷତା ପ୍ରମାଣିତ କରିପାରିଛନ୍ତି । ଟି୨୦ ବିଶ୍ୱକପ ୨୦୨୬ ଫଳାଫଳ ଉପରେ ଗମ୍ଭୀରଙ୍କ ଭାଗ୍ୟ ନିର୍ଭର କରୁଛି । ଯଦି ଭାରତ ଏଥିରେ ଚାମ୍ପିୟନ ହୁଏ ତେବେ ନିଶ୍ଚିତ ଭାବେ ଗମ୍ଭୀରଙ୍କ କ୍ଷମତା ବୃଦ୍ଧି ପାଇବ । ଅନ୍ୟଥା ବହୁତ କିଛି ପରିବର୍ତନ ହେବ ବୋଲି ସେ କହିଛନ୍ତି । ଅଜିତ ଅଗରକରଙ୍କ ସ୍ଥାନରେ ପ୍ରଜ୍ଞନ ଓଝା ଚୟନ କମିଟି ମୂଖ୍ୟ ହେବେ ଏବଂ ନୂତନ ଚୟନ କମିଟି ପ୍ୟାନେଲରେ ପାର୍ଥୀବ ପଟେଲଙ୍କୁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.