ପୋର୍ଟ ଅଫ ସ୍ପେନ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି । କୋହଲି ଏହି ମ୍ୟାଚ ମାଧ୍ୟମରେ ତାଙ୍କର ୫୦୦ତମ ଆନ୍ତର୍ଜାତୀୟ ମୁକାବିଲା ଖେଳି ଶତକ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜର ୱିକେଟକିପର ଯୋଶୁଆ ଡିସଲଭାଙ୍କ ମାଆଙ୍କୁ କୋହଲି ଭେଟିଥିଲେ । ବିରାଟକୁ ପାଖରେ ଦେଖି ଯୋଶୁଆଙ୍କ ମାଆ ଖୁସିରେ ତାଙ୍କୁ କୁଣ୍ଢେଇ ପକାଇଥିଲେ । ମୁଁ ଓ ମୋ ପୁଅ ଆପଣଙ୍କର ବହୁତ ବଡ ପ୍ରଶଂସକ ବୋଲି ସେ କହିଥିଲେ । ଆପଣଙ୍କ ପରି ମହାନ ଓ ପ୍ରତିଭାଶାଳୀ ଖେଳାଳି ଆମ ଦେଶରେ ଖେଳିବା ନିଶ୍ଚିତ ଭାବେ ବଡ କଥା ବୋଲି ସେ କହିଥିଲେ ।
ବିସିସିଆଇ ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଶେୟାର କରିଛି । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଭାରତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୪୩୮ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ ୨ ୱିକେଟ ବିନିମୟରେ ୧୧୭ ରନ ସଂଗ୍ରହ କରିଛି ।
Comments are closed.