ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ କେବଳ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ସେ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । କ୍ରମାଗତ ଖରାପ ଫର୍ମରେ ରହିବା ପରେ ଏବେ କୋହଲି ତାଙ୍କ ପୂରୁଣା ଲୟକୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ । ଏବେ ସେ ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିରେ ଦୀର୍ଘ ଦିନ ପରେ ଖେଳିବାକୁ ଯାଉଛନ୍ତି । ଦିଲ୍ଲୀ ପକ୍ଷରୁ ସେ ଖେଳିବେ ।
ସେ ଏଥିନେଇ ନେଟ୍ସରେ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋହଲି ଜାନୁୟାରୀ ୧୧ରୁ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବେ । କୋହଲି ଭାରତ ପକ୍ଷରୁ ୧୨୩ ଟେଷ୍ଟ, ୩୦୮ ଦିିନିକିଆ ଓ ୧୨୫ ଟି୨୦ ମ୍ୟାଚ ଖେଳି ଯଥାକ୍ରମେ ୯୨୩୦, ୧୪୫୫୭ ଓ ୪୧୮୮ ରନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ ୮୪ ଶତକ ମାରିଛନ୍ତି ।