ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ କରିଥିଲେ। ଓପନର୍ ୟଶସ୍ୱୀ ଜୈସୱାଲ ଏବଂ କେ. ଏଲ୍ ରାହୁଲ ୨୦୧ ରନ୍ ଯୋଡିଥିଲେ। ୟଶସ୍ୱୀ ୧୬୧ ରନ ଏବଂ ରାହୁଲ ୭୭ ରନ ବନାଇଥିଲେ। ତାଙ୍କ ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ।
ଯେତେବେଳେ ସେ ବ୍ୟାଟିଂ କରୁଥିଲେ ତାଙ୍କର ଏକ ସଟ୍ ରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡିଛି।
୧୦୧ ଓଭରରେ ମିଚେଲ ଷ୍ଟାର୍କଙ୍କ ପଞ୍ଚମ ବଲକୁ ଅଫ୍ ସାଇଡ୍ ରେ ମାରିବାକୁ ଯାଇ କୋହଲି ଏକ ଛକା ମାରିଥିଲେ। ବଲ୍ ଟି ବାଉଣ୍ଡରି ବାହାରକୁ ଯାଇ ସେଠାରେ ଚେୟାରରେ ବସିଥିବା ଜଣେ ସୁରକ୍ଷାକର୍ମୀଙ୍କ ଦେହରେ ବାଜିଥିଲା।
ତେବେ ଏସମ୍ପର୍କରେ ଜାଣିବା ପରେ ବିରାଟ ଚିନ୍ତିତ ହୋଇଯାଇଥିଲେ। ବାଉଣ୍ଡରି ପାଖରେ ଠିଆ ହୋଇଥିବା ନାଥନ୍ ଲିଓନ୍ ତାଙ୍କ ପାଖକୁ ଯାଇ ହାଲଚାଲ ପଚାରିଥିଲେ। ଏହା ପରେ ଅଷ୍ଟ୍ରେଲୀୟ ଦଳର ଫିଜିଓ ମେଡିକାଲ ଟିମ ମେଡିକାଲ କିଟ୍ ସହିତ ସୁରକ୍ଷାକର୍ମୀଙ୍କ ପାଖକୁ ଯାଇ ଚେକଅପ୍ କରିଥିଲେ। ତେବେ କୌଣସି ବଡ଼ କ୍ଷତି ହୋଇନଥିବା ସେ ସୂଚନା ଦେଇଥିଲେ।
Comments are closed.