ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ସମୟ ବ୍ରେକ ନେବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଅଭ୍ୟାସ କରୁଥିବା ଫଟୋ ଏବେ ସମ୍ମୁଖକୁ ଆସିଛି । ଗୁଜରାଟ ଟାଇଟାନ୍ସର ସହକାରୀ କୋଚ ନଇମ ଅମୀନଙ୍କ ସହ ଇନଡୋର ନେଟ୍ସରେ ଅଭ୍ୟାସ କରୁଥିଲେ । ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜକୁ ଆଖି ଆଗରେ ରଖି ଅଭ୍ୟାସ କରୁଛନ୍ତି । ସେ ସୋସିଆଲ ମିଡିଆରେ ଅଭ୍ୟାସ ଫଟୋ ଶେୟାର କରିବା ସହ ହିଟରେ ସହଯୋଗ କରିଥିବାରୁ ଧନ୍ୟବାଦ ଭାଇ ଲେଖିଛନ୍ତି । କୋହଲି ବେଶ ଫିଟ ଥିବା ଜଣାପଡୁଛି । ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ କୋହଲି ଏବଂ ରୋହିତ ଶର୍ମା ଅବସର ଘୋଷଣା କରିଛନ୍ତି ।
ଏବେ ଉଭୟ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ବାଂଲାଦେଶ ବିପକ୍ଷ ସିରିଜରେ ସେ ଖେଳିବା ଆଶା ରଖିଥିଲେ ମଧ୍ୟ ଏହା ବାତିଲ ହୋଇ ଯାଇଥିଲା । ଆଇପିଏଲ ଫାଇନାଲ ପରେ ସେ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ୨୦୨୪ରେ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ବଳରେ ଭାରତ ଟି୨୦ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ଏହା ପରେ ରୋହିତ ଏବଂ କୋହଲି ଏହି ଫର୍ମାଟକୁ ଅଲବିଦା କହିଥିଲେ । ୨୦୨୭ ଦିିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଯଥାକ୍ରମେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ।
Comments are closed.