ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଅବସରରେ ଭାରତର ବିରାଟ କୋହଲିଙ୍କ ନିକଟରେ ୩୧ ବର୍ଷ ତଳର ରେକର୍ଡ ଭାଙ୍ଗିବା ସୁଯୋଗ ଉପନୀତ ହୋଇଛି । ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ଏବେ ବି ସର୍ବାଧିକ କ୍ୟାଚ ନେବା ରେକର୍ଡ ରହିଛି । କୋହଲି ୧୫୬ କ୍ୟାଚ ନେଇ ତାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଆଉ ଗୋଟିଏ କ୍ୟାଚ ନେଲେ ସେ ୩୧ ବର୍ଷର ଏହି ରେକର୍ଡକୁ ଭଙ୍ଗ କରିପାରିବ । ୧୯୯୪ରୁ ଆଝାରୁଦ୍ଦିନଙ୍କ ନାମରେ ଏହି ରେକର୍ଡ ରହି ଆସିଛି । ଆଝାରୁଦ୍ଦିନ ୩୩୪ ମ୍ୟାଚରେ ଏହି କୀର୍ତିମାନ କରିଥିବା ବେଳେ କୋହଲି ୨୯୮ ମ୍ୟାଚରେ ତାଙ୍କ ସମକକ୍ଷ ହୋଇଛନ୍ତି ।
୨୦୦୯ରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଆଝାରୁଦ୍ଦିନଙ୍କ ରେକର୍ଡ ଭଙ୍ଗ କରିଥିଲେ । ଜୟବର୍ଦ୍ଧନେ ଓ ରିକି ପଂଟିଂ ୧୬୦ କ୍ୟାଚ ସହ ଏହି ତାଲିକାରେ ଆଗରେ ରହିଛନ୍ତି । କୋହଲି ଏବେ ଫର୍ମରେ ନ ଥିବାରୁ ପାକିସ୍ତାନ ବିପକ୍ଷ ମ୍ୟାଚ ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଂଏଟ ହେବ ବୋଲି ଆଶା କରାଯାଉଛି ।
Comments are closed.