ବେଙ୍ଗାଲୁର: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରୀ ରଖିଛି । ତେବେ ଏହାର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଏକ ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ବିଗ ବାଶ ଲିଗରେ ଖୁବ ଶୀଘ୍ର କୋହଲି ଖେଳିବାକୁ ଯାଉଛନ୍ତି । ଏ ନେଇ ସିଡନୀ ସିକ୍ସର୍ସ ଏକ ବଡ ଘୋଷଣା କରିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଥିଲା । ଏପରିକି ୨ଟି ସିଜନ ପାଇଁ କୋହଲି ଚୁକ୍ତିବଦ୍ଧ ବୋଲି ରିପୋର୍ଟ ପ୍ରକାଶିତ ପାଇଥିଲା । ନ ବୁଝି ନ ଶୁଝି କେତେକ ପ୍ରଶଂସକ ସୋସିଆଲ ମିଡିଆରେ କୋହଲି ଆରସିବି ଛାଡିବେ ବୋଲି ମଧ୍ୟ ଲେଖିଛନ୍ତି । ତେବେ ପରେ ଜଣା ପଡିଥିଲା ଏହି ସବୁ ଖବର ମିଛ ।
ସିଡନୀ ସିକ୍ସର୍ସ ପ୍ରଶଂସକ କ୍ଷମା ମାଗିବା ସହ ଏପ୍ରିଲ ଫୁଲ ଦିବସ ପାଇଁ ଏହି ପ୍ରାଙ୍କ କରାଯାଇଥିଲା ବୋଲି ଘୋଷଣା କରିଛି । ଏହି ଖବର ପ୍ରସାରିତ ପରେ କୋହଲିଙ୍କ ପ୍ରଶଂସକମାନେ ଆଶ୍ୱସ୍ତ ହୋଇଛନ୍ତିି । ସୂଚନାଯୋଗ୍ୟ, ବିସିସିଆଇ ଏବେ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିବାକୁ ଯାଉଛି । ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେବା ସତ୍ୱେ ପୂର୍ବ ଭଳି ଏ ପ୍ଲସ ଗ୍ରେଡରେ ରହିବେ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି । ଏ ପ୍ଲସ ଖେଳାଳିଙ୍କ ପାଇଁ ବିସିସିଆଇ ୭ କୋଟି ଟଙ୍କା ପ୍ରଦାନ କରିଥାଏ । ଶ୍ରେୟାଶ ଆୟାର ଏହି ଚୁକ୍ତିରେ ସାମିଲ ହେବେ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି । ଏହି ଚୁକ୍ତି ଘୋଷଣା ହେବା ପରେ ଭାରତୀୟ ଟିମ ଜୁନ ୨୦ରୁ ଇଂଲଣ୍ଡ ଗସ୍ତରେ ଯିବ ।
Comments are closed.