Latest Odisha News

BREAKING NEWS

କୋହଲି ଖେଳିବେ ବିଜୟ ହଜାରେ ଟ୍ରଫି

ନୂଆଦିଲ୍ଲୀ: ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ କୋଚ ଗୌତମ ଗମ୍ଭୀରଙ୍କ ସହ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ମତଭେଦ ଲାଗି ରହିଥିବା ଖବର ପ୍ରକାଶ ପାଇ ଆସୁଛି । ନିକଟରେ ଦୁଇ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଥିଲେ । ସେମାନେ ୨୦୨୭ ବିଶ୍ୱକପ ଖେଳିବା ଲକ୍ଷ୍ୟରେ ରହିଛନ୍ତି । ଫର୍ମ ଏବଂ ଫିଟନେସ ବଜାୟ ରଖିବା ପାଇଁ ଉଭୟଙ୍କୁ ଘରୋଇ କ୍ରିକେଟରେ ଖେଳିବା ପାଇଁ ବିସିସିଆଇ ପକ୍ଷରୁ ପରାମର୍ଶ ଦିଆଯାଇଛି । ରୋହିତ ଏଥି ପାଇଁ ରାଜି ହୋଇଥିବା ବେଳେ କୋହଲିଙ୍କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏବେ କୋହଲି ବିଜୟ ହଜାରେ ଟ୍ରଫି ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ଦିଲ୍ଲୀ ପକ୍ଷରୁ ଖେଳିବେ ।

ଡିଡିସିଏ ମଧ୍ୟ କୋହଲି ଖେଳିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି । ତେବେ ସେ ସମସ୍ତ ମ୍ୟାଚ ଖେଳିବା ପରିବର୍ତେ ଅଳ୍ପ କିଛି ମ୍ୟାଚରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଦିଲ୍ଲୀ ୫ଟି ଲିଗ ମ୍ୟାଚ ଅଲୁରରେ ଏବଂ ୨ଟି ଏମଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳିବ । ୨୦୦୯ରେ କୋହଲି ଏନକେପି ସାଲଭେ ଚ୍ୟାଲେଞ୍ଜର୍ସ ଓ ବିଜୟ ହଜାରେ ଟ୍ରଫିରେ କୋହଲି ଖେଳିବା ସହ ଦିଲ୍ଲୀ ଟିମର ନେତୃତ୍ୱ ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ଆକର୍ଷଣୀୟ ଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.