Latest Odisha News

BREAKING NEWS

ପ୍ଲେ ଅଫରେ ମ୍ୟାନ ଅଫ ଦି ମ୍ୟାଚ ହୋଇ ନାହାନ୍ତି କୋହଲି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୨୫ ସଂସ୍କରଣର ପ୍ଲେ ଅଫରେ ପ୍ରବେଶ କରିଛି । ଆରସିବି ଓ ପଞ୍ଜାବ କିଙ୍ଗସ ମଧ୍ୟରେ କ୍ୱାଲିଫାୟର ୧ ଖେଳାଯିବ । ଉଭୟ ଦଳ ବିଜୟ ସହ ସହଜରେ ଫାଇନାଲରେ ପ୍ରବେଶ କରିବା ପାଇଁ ଚାହିଁବେ । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ଦଳ ପକ୍ଷରୁ ୧୫ଟି ପ୍ଲେ ଅଫ ମ୍ୟାଚ ଖେଳିଛନ୍ତି । ଅବଶ୍ୟ ପ୍ଲେ ଅଫରେ ତାଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ସେ ମାତ୍ର ୨୬.୨୩ ଆଭରେଜରେ ୩୪୧ ରନ କରିଛନ୍ତି । ଏଥିରେ କେବଳ ୨ଟି ଅର୍ଦ୍ଧଶତକ ସାମିଲ । ୭୦ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି ।

କୋହଲି ପ୍ଲେ ଅଫରେ କେବେ ହେଲେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇ ନାହାନ୍ତି । ଆରସିବି ୨୦୦୯, ୨୦୧୧ ଓ ୨୦୧୬ ଫାଇନାଲରେ ପ୍ରବେଶ କରିଛି । ମାତ୍ର କେବେ ହେଲେ ଟାଇଟଲ ହାସଲ କରିବାରେ ସଫଳ ହୋଇନି । ତେବେ ଆପିଏଲରେ ସର୍ବାଧିକ ମ୍ୟାଚ ଖେଳି ପ୍ଲେୟାର ଅଫ ଦି ମ୍ୟାଚ ହୋଇ ନ ଥିବା ଖେଳାଳିଙ୍କ ମଧ୍ୟରେ କୋହଲି ୪ର୍ଥ ସ୍ଥାନରେ ରହିଛନ୍ତି । ରବୀନ୍ଦ୍ର ଜାଡେଜା ଓ ଅମ୍ବାତି ରାୟୁଡୁ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ଉଭୟ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୨୩ ଥର ପ୍ଲେ ଅଫରେ ଖେଳିଥିଲେ ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ ହୋଇପାରି ନାହାନ୍ତି ।

୧୯ ମ୍ୟାଚ ସହ ଡ୍ୱେନ ବ୍ରାଭୋ ଦ୍ୱିତୀୟ ଏବଂ ୧୮ ମ୍ୟାଚ ସହ ଶିଖର ଧାୱନ ଏବଂ ଦୀନେଶ କାର୍ତିକ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ଲାସିଥ ମାଲିଙ୍ଗା ଓ କୋହଲି ୧୮ ମ୍ୟାଚ ସହ ଚତୁର୍ଥ ଏବଂ ଏସ.ବଦ୍ରିନାଥ, ଏ.ମୋର୍କେଲ, ରିଦ୍ଧିମାନ ଶାହ ଓ ରବିନ ଉଥପ୍ପା ୧୨ ମ୍ୟାଚ ସହ ୫ମ ସ୍ଥାନରେ ରହିଛନ୍ତି ।

 

 

Comments are closed.