Latest Odisha News

BREAKING NEWS

ଘରୋଇ କ୍ରିକେଟକୁ ରୋହିତଙ୍କ ହଁ, କୋହଲିଙ୍କ ନାଁ: ରିପୋର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲେ ମଧ୍ୟ ଦଳ ମଧ୍ୟରେ ମତଭେଦ ସମ୍ପର୍କୀତ ଅନେକ ଖବର ପ୍ରକାଶ ପାଇଛି । ଏନଡିଟିଭିରେ ପ୍ରକାଶିତ ଏକ ଖବର ଅନୁସାରେ ବିିସିସିଆଇ ଚାପ ପକାଇବା ସତ୍ୱେ କୋହଲି ଘରୋଇ କ୍ରିକେଟ ଖେଳିବା ନେଇ ରାଜି ନାହାନ୍ତି । ଅପରପକ୍ଷରେ ରୋହିତ ଶର୍ମା ଏଥିନେଇ ରାଜି ହୋଇଛନ୍ତି । ୨୦୨୭ ଦିିନିକିଆ ବିଶ୍ୱକପ ପ୍ରସ୍ତୁତି ଦୃଷ୍ଟିକୋଣରୁ ବିସିସିଆଇ ଦୁଇ ସିନିୟର ଖେଳାଳିଙ୍କୁ ଫର୍ମ ଏବଂ ଫିଟନେସ ବଜାୟ ରଖିବା ପାଇଁ ଘରୋଇ କ୍ରିକେଟ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲା । ରୋହିତ ସୟେଦ ମୁସ୍ତାକ ଅଲୀ ଟି୨୦ ଟୁର୍ଣ୍ଣାମେଂଟରେ ମୁମ୍ବାଇ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି ।

କୋହଲି ୫୦ ଓଭର ବିଶିଷ୍ଟ ବିଜୟ ହଜାରେ ଟ୍ରଫି ଖେଳିବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ସେ ନାଁ କରିବା ଫଳରେ ବିସିସିଆଇ ଅଡୁଆରେ ପଡିଯାଇଛି । ଜଣେ ଖେଳାଳିଙ୍କ ପ୍ରତି କୋହଳ ମନୋଭାବ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି । ଅଜିତ ଅଗରକର ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଓ କୋଚ ଗୌତମ ଗମ୍ଭୀର ଖେଳାଳିମାନେ ଖାଲି ସମୟରେ ଘରୋଇ କ୍ରିକେଟ ଖେଳିବା ଉପରେ ଚାପ ପକାଇଛନ୍ତି ।

Leave A Reply

Your email address will not be published.